ଡାକ୍ତରଙ୍କୁ ଗୁଳି

0 792

ଭୁବନେଶ୍ବର: ୧୫/୧୨-(ଏସ୍ ଏସ୍ ଏନ୍)ରୋଗି ଦେଖୁଥିବା ସମୟରେ ଜଣେ ଡାକ୍ତରଙ୍କୁ ଗୁଳିମାଡ ହୋଇଛି । ଏଭଳି ଘଟଣା ଖୋର୍ଦ୍ଧା ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ  ଖୋର୍ଦ୍ଧାବାସୀ ଥିବା ଜଣାପଡିଛି । ଖୋର୍ଦ୍ଧା ଅଞ୍ଚଳର  ଶିଶୁ ବିଭାଗର ଡ଼ଃ ମାନସ ଦାସଙ୍କ ଉପରକୁ କେହି ଦୁର୍ବୁତ୍ତ ଗୁଳି କରିଥିବା ସୂଚନା ମିଳିଛି।ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଛି।ପୋଲିସ ପହଁଚି ତଦନ୍ତ  କରୁଥିବା ଜଣାପଡିଛି ।

ପ୍ରକାଶ ଯେ ,  ଖୋର୍ଦ୍ଧାରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଏକ ଘରୋଇ ଔଷଧ ଦୋକାନ ଓ କ୍ଲିନିକ କରିଛନ୍ତି । ସେଠାରେ ରୋଗୀ ଦେଖୁଥିବା ସମୟରେ ବାଇକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ। ଏହାପରେ ଦୁଇ ଦୁର୍ବୃତ୍ତ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁଳିମାଡରେ ଡାକ୍ତର ମାନସ ଦାସ ଏବଂ ଔଷଧ ଦୋକାନ କର୍ମଚାରୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁଳିମାଡ ସୂଚନା ପାଇବା ପରେ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୁଚନା ମିଳିଛି ।

Leave A Reply

Your email address will not be published.