ଏକାଠି ହେଲେ ଶ୍ରମିକ

0 540

ଭୁବନେଶ୍ୱର,୧୫/୧୨(ଏସ୍ଏସ୍ ନିଉଜ) ଶ୍ରମିକମାନେ ଦେଖାଇଲେ ଶକ୍ତି । କମ୍ପାନୀ ବିରୁଦ୍ଧରେ ଉଠାଇଲେ ସ୍ୱର । ଚନ୍ଦକା ଅଂଚଳରେ ରବିବାରଦିନ ଏହିଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା । ଚନ୍ଦକା ଅଁଳାପାଟଣା ଶିଳ୍ପାଂଚଳରେ ଅବସ୍ଥିତ ଅନମୋଲବିସ୍କୁଟ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କର ସଂଘ ଟ୍ରେଡୟୁନିୟନଆଇନ ଅନୁଯାୟୀ ପଞିକୃତ ହେବାସହ ବିଧବଦ୍ଧଭାବେ ଟିୟୁସିଆଇ ସହ ସହବନ୍ଧିତ ହୋଇଛି । ରବିବାରଥିଲା ସଂଘର ପ୍ରଥମସମାବେଶ ସହ ଶକ୍ତିପଦର୍ଶନ । ଶ୍ରମିକମାନେ ପେଟ୍ରୋଲପମ୍ପ ପାଖରୁ ଏକ ଶୁଶୋଭିତ ଶୋଭାଯାତ୍ରାରେ ବାହାରି ଚନ୍ଦକାବଜାର,ନିଟ୍ କଲେଜ, କୁର୍ଲନକମ୍ପାନୀଦେଇ ଅଁଳାପାଟଣା ପାଖରେଥିବା ଅନମୋଲବିସ୍କୁଟ କମ୍ପାନୀ ପାଖକୁ ଆସିଥିଲେ । ଲେବରକୋଡ୍ ବାତିଲ,ସର୍ବନିମ୍ନ ଦରମା ୨୫ହଜାରେ.ସମସ୍ତଶ୍ରମିକଙ୍କୁ ନିଯୁକ୍ତିପତ୍ର,ସ୍ଥାୟୀକାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ଦେବା, ଶ୍ରମଆଇନକୁ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ,ରାଜ୍ୟ ଓ କେନ୍ଦ୍ରସରକାରଙ୍କର ଶ୍ରମିକମାରଣା ନିତୀ ବିରୁଦ୍ଧରେ ଏକ ହୁଅ ଆଦି ସ୍ଲୋଗାନମାନ ଦେଇ ସମାବେଶସ୍ଥଳରେ ପହଁଚିଥିଲେ । ଅନମୋଲବିସ୍କୁଟ ଓାର୍କରସ୍ ୟୁନିୟନର ସଂଗଠନ ର ସମ୍ପାଦକ ଚିତରଞନସ୍ୱାଇଁଙ୍କ ପ୍ରସ୍ତାବ ଅନୁସାରେ ଉପସଭାପତି ବିକ୍ରମସାହୁ ସମାବେଶରେ ସଭାପତିତ୍ୱ କରିଥିଲେ । ଟିୟୁସିଆର ରାଜ୍ୟସଭାପତି କମ୍ରେଡ ଶିବରାମ,ରାଜ୍ୟସମ୍ପାଦକ କମ୍ରେଡ ସବ୍ୟସାଚୀ ,ରାଜ୍ୟଉପସଭାପତି ରାଜେନ୍ଦ୍ର ପ୍ରସାଦ ବାରକି ପ୍ରମୁଖ ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟସରକାରଙ୍କର ଶ୍ରମିକମାରଣା ନିତୀକୁ ସମାଲୋଚନା କରିବା ସହ ଏକଜୁଟ ହୋଇ ଲଢେଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟସରକାର ଓ କମ୍ପାନୀ କର୍ତୁପକ୍ଷଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.