ଡକାୟତି ଗ୍ୟାଙ୍ଗକୁ ଧରିଲା ଆସିକା ପୋଲିସ 

0 215

ଆସିକା,୧/୬(ଏସଏସନିୟୁଜ) ଆଜି ଭୋରସମୟରେ ବଡ଼ଧରଣ ଡକାୟତି ଉଦ୍ୟମ କରିବାକୁ ଉଦ୍ୟମ କରୁଥିବାବେଳେ ଆସିକା ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରିଛି ।ଏହିଘଟଣାରେ ୪ ଜଣଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୫ଟି ଜୀବନ୍ତ ବୋମା, ୧ ଟି ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା,୨ଟି ମୋଟର ଚେନ କ୍ରାଙ୍କ ଦ୍ବାରା ନିର୍ମିତ ମାରଣାସ୍ତ୍ର ଓ ୨ଟି ମୋଟର ସାଇକେଲ ଜବତ କରିଛନ୍ତି।ଆସିକା ଥାନା ଇଲାକା ଚାରିମାଇଲି ନିକଟ ଦାଶନାପଲ୍ଲୀ ବିଶ୍ରାମଗାର ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବାର କୈାଣସି ସୁତ୍ରରୁ ଖବର ପାଇ ଆସିକା ଥାନା ଅଚାନକଭାବେ ଚଢାଉ କରିଥିଲା । ଘଟଣାସ୍ଥଳରୁ  ଆସିକା କଲେଜ ଛକର ଅନନ୍ତ ନାରାୟଣ ପଟ୍ଟନାୟକ, କବିସୂର‌୍ୟ୍ୟନଗର ଥାନା ଅଧିନ ବାଲିଛାଇ ଫାଣ୍ଡି ଇଲାକା ବାଲିଛାଇ ର ବିପିନ ଜେନା, ସାହାସପୁର ଗ୍ରାମର ସତ୍ୟ ପାତ୍ର, ଧରାକୋଟର କୁନା ସ୍ବାଇଁକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲେ ।ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବାବେଳେ ପୋଲିସ ୩୨୯/୨୧କେଶନଂରେ ଏକ ମକଦ୍ଦମା ରୁଜୁକରିଛି ।

Leave A Reply

Your email address will not be published.