ସୋରୁମରେ ବିକ୍ରି ହେଉଛି ନକଲି ଟିଭି

0 540

ଭୁବନେଶ୍ୱର,୧/୬(ଏସଏସନିୟୁଜ) ରାଜଧାନୀ ର ସୋରୁମରେ ବିକ୍ରି ହେଉଛି ନକଲି ଟିଭି । ନାମୀ ବ୍ରାଣ୍ଡ୍‌ର ଟିଭି ଶସ୍ତାରେ ମିଳୁଛି । ଏହି ନକଲି ଟିଭି କାରବାରର ପର୍ଦ୍ଦାଫାସ କରିଚି କମିସିନେରେଟ ପୋଲିସ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ୧୫୦ରୁ ଅଧିକ ନକଲି ଟିଭି କୁ ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ କୋଲକାତାରୁ ଆଣି ନାମୀଦାମୀ କଂପାନିର ଟିଭିର ଲୋଗୋ ଲଗାଇ ଏହି ଡୁପ୍ଲିକେଟ ଟିଭିକୁ ବଜାରକୁ ଛାଡୁଥିଲେ ଓ ଓରିଜିନାଲ୍ ଟିଭିଠାରୁ କମ୍ ଦାମ୍‌ରେ ଏହାକୁ ବିକ୍ରି କରୁଥିଲେ।

Leave A Reply

Your email address will not be published.