ଡକାୟତି ଘଟଣାରେ ୪ ଗିରଫ

0 380

ମାଲକାନଗିରି, ୨୭/୪(ଏସଏସନିଉଜ) ୪ ଜଣ ଡକାୟତକୁ ମାଲକାନଗିରି ପୁଲିସ ଧରିବାରେ ସଫଳ ହୋଇଛି । ସେମାନେ ହେଲେ ଦୁର୍ମାଗୁଡା ଗ୍ରାମର ବଳରାମ ବାଦାମୀ(୨୬), ଧନ ପୂଜାରୀ(୨୪), ହାଟପଦା ସାହିର ରାହୁଲ ମାଣ୍ଡି (୨୦) ଏବଂ ଅଶୋକ ମାଢି(୨୩)।ଗତ ୧୬ ତାରିଖ ଦିନ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଡିଗୁଡା ଗ୍ରାମର ମାନସ କୁମାର ପରିଡା ନାମକ ବ୍ୟକ୍ତିଙ୍କ ଘରେ ରାତିରେ ମୁଖାପିନ୍ଧା ୮ରୁ ୧୦ ଡକାୟତ ପଶି ଛୁରୀ ଦେଖାଇ ମାରିଦେବାକୁ ଧମକ ଦେଇ ଆଲମିରାରୁ ୧ ଲକ୍ଷ ଟଙ୍କା ଏବଂ ୬ ତୋଳା ସୁନା ଲୁଟି ନେଇଯାଇଥିବାର ମାନସ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଏକ ମକଦ୍ଦମା ରୁଜୁକରି ତଦନ୍ତ କରି ଏହି ୪ଜଣ ଡକାୟତଙ୍କୁ ଧରିବା ସହ ସେମାନଙ୍କଠାରୁ ନଗଦ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି।

Leave A Reply

Your email address will not be published.