ଏମ୍‌ବିକେଙ୍କୁ ତାଲା ପକାଇଲେ ମହିଳା

0 338

ଧାମନଗର, ୨୭/୪(ଏସଏସନିଉଜ) ବୟାଂଡ଼ିହ ପଂଚାୟତର ମିସନଶକ୍ତି ଗୃହ ଦୀର୍ଘଦିନ ହେବ ନିର୍ମାଣ ସରିଛି ।ହେଲେ ଏହି ଘରର ଚାବିକାଠି ଓ ଅବଶ୍ୟକୀୟ କାଗଜପତ୍ର ଦେଉନଥିବାରୁ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଥିଲା ।ତେବେ ସୋମବାର ବନ୍ୟା ଆଶ୍ରୟସ୍ଥଳରେ ମିଶନ ଶକ୍ତି ପକ୍ଷରୁ ଏମ୍‌ବିକେ ଓ ସିଆରପିମାନେ ବୈଠକ ଚାଲିଥିବାବେଳେ କେତେକ ଏସ୍ଏଚଜି ଗୃପ୍‌ର ମହିଳାମାନେ ଅତର୍କିତ ଭାବେ ଏମ୍‌ବିକେଙ୍କୁ ଗାଳିଗୁଲଜ ଓ ମାଡ଼ ମାରି ଘରେ ପୂରାଇ ଚାବିପକାଇ ଦେଇଥିଲେ ।ଖବରପାଇ ପୋଲିସ ପହଁଚି ବୁଝାସୁଜା କରିବାରେ ଉତ୍ୟକ୍ତ ମହିଳାମାନେ ଶାନ୍ତ ହୋଇଥିଲେ ।

Leave A Reply

Your email address will not be published.