ଦୋକାନୀଙ୍କୁ ଗୁଳିମାଡ଼

0 299

କେନ୍ଦୁଝର, ୨୭/୪(ଏସଏସନିଉଜ)ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଗବନ୍ଧୁ ମହାପାତ୍ର ନାମକ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘସିପୁରା ଥାନା ଅନ୍ତର୍ଗତ ବରୀପାଲ ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ମାତାଲ ଅବସ୍ଥାରେ ଆସି ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଜଗବନ୍ଧୁଙ୍କୁ ସିଗାରେଟ୍ ମାଗିଥିଲେ। ଦୋକାନ ବନ୍ଦ ହୋଇଥିବାରୁ ଜଗବନ୍ଧୁ ସିଗାରେଟ୍ ଦେବାକୁ ମନା କରିବାପରେ ବଚସା ହୋଇଥିଲା। ଏହାପରେ ଜଣେ ଯୁବକ ଜଗବନ୍ଧୁଙ୍କ ଉପରକୁ ଗୁଳିମାଡ଼ କରି ସେଠାରୁ ଫେରାର୍ ହୋଇଯାଇଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.