ଡକାୟତି ଯୋଜନା ପଣ୍ଡ କଲା ପୋଲିସ-ଧରାହେଲେ୬,୨ବାହାରିଲା ପଜିଟିଭ

0 215

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଆଜି ଏକ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଭୁବନେଶ୍ୱରର ଜିଆରପି ଓ ଆରପିଏଫ ପୋଲିସ ମିଳିତ ଚଢାଉ କରି ରେଳ ଟ୍ରାକ୍ ନିକଟ ବୁଦ୍ଧନଗର, ମୋଚି ସାହି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଟ୍ରେନରେ ଡକାୟତ କରିବାକୁ ଯୋଜନାକରୁଥିବାବେଳେ ୬ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଛୁରୀ, ଚିଲି ପାଉଡର, କଳା ମାସ୍କ ଜବତ କରିବାସହ ଚୋରିକରିଥିବା ୩ ଟି ଲାପଟପ୍, ୬ ଟି ମୋବାଇଲ୍ ଫୋନ୍, ଗୋଟିଏ କମ୍ପ୍ୟୁଟର ସିଷ୍ଟମ୍, ୩ ଟି ଏଟିଏମ୍ ସ୍ୱାଇପ୍ ମେସିନ୍ ଏବଂ ପ୍ରିଣ୍ଟିଂ ମେସିନ୍କୁ ପଚରାଉଚରା ପରେ ଉଦ୍ଧାର କରିଥିଲେ । ଧରାପଡିଥିବା ଏହି ଯୁବକମାନେ ହେଲେ ସିମାଚଲ ପାଢୀ, ବିଶ୍ୱଜିତ ପଣ୍ଡା, ଜୟଦେବ ଦାସ, ସାଣ୍ଟୁ ଦାସ, ରବି ବେହେରା ଏବଂ ଗୋବିନ୍ଦା ସାହୁ। ରବି ବେହେରା ଏବଂ ଗୋବିନ୍ଦା ସାହୁଙ୍କୁ କୋଭିଡ୍ ପଜିଟିଭ୍ ମିଳିବାପରେ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ଅନ୍ୟ୪ଜଣଙ୍କୁ କୋର୍ଟଚାଳଣ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.