ରିଭଲଭର ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ

0 319

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଜଟଣୀଥାନା ଅର୍ନ୍ତଗତ ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରୁ ତପନକୁମାରପଟ୍ଟନାୟକଙ୍କ ଭାଇକୁ ଅପହରଣ କରିନେଇଥିବାର ୨୦୨୦ଅକ୍ଟୋବର୨୨ତାରିଖରେ ତପନ ଅଭିଯୋଗ କରିଥିଲେ ।ଏହି ଅପହରଣରେ ଜଟଣୀଗଜପତିନଗରର ଏସକେ ଇମ୍ରାନ ଓରଫ ସଦାମ ତାର ୫ଜଣ ସହଯୋଗୀ ମିଶିଏକ ବାଇକରେ ଆସି ଅପହରଣ କରିନେଇଥିବାର ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୪୦୭/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସଦାମ ଫେରାର ହୋଇଯାଇଥିବାରୁ ତାକୁ ଧରିପାରିନଥିଲା ।ତେବେ ସେହିଦିନ ରଭଲବଲ ଓଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସୁନା ବ୍ରେସଲେଟ୍ ଏବଂ ରିଙ୍ଗ ଛଡ଼ାଇ ନେଇଥିବାର ପୋଲିସ ଅନୁଧ୍ୟାନ ବେଳେ ଯାଣିବାକୁ ପାଇଥିଲା । ସ୍ପେସାଲସ୍ୱାର୍ଡ ଓ ଥାନାପୋଲସିର ମିଳିତ ସହଯୋଗରେ ସଦାମ ଧରାପଡିବା ସହ ତାଠାରୁ ରିଭଲଭର ବନ୍ଧୁକ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି କୁ ଜବତକରି କୋର୍ଟଚାଳଣ କରିଥିବାର ଜଣାପଡିଛି ।

 

Leave A Reply

Your email address will not be published.