ଦକ୍ଷିଣମୋଡ଼ ବେଳେ ବଡ଼ ରଥର ମୁଖ୍ୟ କାଠ ଭାଙ୍ଗିଗଲା

0 218

ଢେଙ୍କାନାଳ ,୮/୭(ଏସଏସନିଉଜ) ବୁଧବାର ମହାପ୍ରଭୁଙ୍କ ରଥକୁ ଦକ୍ଷଣମୋଡ଼ କରାଯାଉଥିବା ବେଳେ ବଡରଥର ମୁଖ୍ୟକାଠ ଭାଙ୍ଗିଯାଇଥିଲା ।ପରେ ଗୁରୁବାର ଦିନ କ୍ରେନ୍ ଦ୍ବାରା ଦକ୍ଷିଣମୋଡ଼ କରାଯାଇଥିଲା । ଏହି ଘଟଣା ବାଜିଚୌକ୍ ସ୍ଥିତ ଶ୍ରୀ ଗୁଣ୍ତିଚା ମନ୍ଦିର ନିକଟରେ ଦେଖିବାକୁ ମିଳିଛି ।ବଡ଼ ରଥର ଭିତର ପାର୍ଶ୍ବରେ ଥିବା ମୁଖ୍ୟ କାଠ(ମୁଷଳୀ) ଭାଙ୍ଗିଯିବାରୁ ରଥ ପୂର୍ବ ପାଖକୁ ଢଳିକରି ରହିଥିଲା ।ଯାହାଫଳରେ ରଥ ଦକ୍ଷିଣମୋଡ଼ ହୋଇପାରିଲା ନାହିଁ। ଗୁରୁବାର ସକାଳୁ ସେବାୟତମାନେ ରଥକୁ ମରାମତି କରି ଦକ୍ଷିଣମୋଡ଼ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ତାହା ହୋଇନଥିଲା। ପରେ ଉଭୟ ରଥକୁ କ୍ରେନ୍ ମାଧ୍ୟମରେ ଦକ୍ଷିଣମୋଡ଼ କରାଯାଇଥିଲା।

Leave A Reply

Your email address will not be published.