ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ!

0 161

ବାଲେଶ୍ୱର, ,୮/୭(ଏସଏସନିଉଜ) ଦୀର୍ଘ ୫ ଦିନ ମୃତ୍ୟୁ ସହ ସଂଘର୍ଷ କରି ଗୁରୁବାର ଲିପ୍ସା ନାମକ ଜଣେ ନର୍ସିଂ ଛାତ୍ରୀ ଆଖି ବୁଜିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବଳେ ରାଗିଂ ପାଇଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଘଟଣା ସୋର ଥାନା ଅନ୍ତର୍ଗତ ସବିରା ଗାଁରେ ଦେଖିବାକୁ ମିଳିଛି ।ଲିପ୍ସା ଜ୍ୟୋତି ହସ୍ପିଟାଲରେ ନର୍ସିଂର ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ । ଚଳିତ ମାସ ୩ ତାରିଖରେ ଲିପ୍ସା ହଷ୍ଟେଲ ରୁମରେ ଆତ୍ମହତ୍ୟା ପ।।ଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ଲିପ୍ସା ରାଗିଂ ପାଇଁ ଏଭଳି କରିଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.