ଡାକୋଟାବିମାନକୁ ଜାତିଉଦ୍ଦେଶ୍ୟରେ ସମର୍ପଣକଲେ ମୁଖ୍ୟମନ୍ତ୍ରୀ

0 162

ଭୁବନେଶ୍ୱର,୫ା୩(ଏସଏସନିଉଜ)ଆଜି ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟାବିମାନକୁ ସମର୍ପଣ କରିଛନ୍ତି।Dakota DC-3 (VT-AUI) । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏହିବିମାନକୁ ଆଜି ସର୍ବସାଧାରଣଙ୍କପାଇଁ, ଓଡ଼ିଆମାନଙ୍କ ପାଇଁ ଓ ସାରା ଦେଶବାସୀଙ୍କପାଇଁ ସମର୍ପିତ କରିଛନ୍ତି।

ସୂଚନାଯୋଗ୍ୟଯେ ଏହି ବିମାନ କଲିକତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତଅବସ୍ଥାରେ ଥିଲା। ରାଜ୍ୟସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି ବିଜୁବାବୁଙ୍କର, ଜଣେ ଅଦମ୍ୟସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠାର କାହାଣୀ। ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନପଟ୍ଟନାୟକଙ୍କ ସହିତ Indonesia ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀମାନଙ୍କୁ ଡଚ୍ ମାନଙ୍କକବଳରୁ ମୁକ୍ତକରି ଭାରତଆଣିଥିଲେ। ସେ କାହାଣୀଆଜି ସମସ୍ତେ ଜାଣନ୍ତି। କିନ୍ତୁ ଆଜିଠାରୁ ସେହି ଐତିହାସିକଘଟଣାର ଜୀବନ୍ତ ସାକ୍ଷୀକୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶାବାସୀ, ଦେଶ ବାସୀ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତିଯେ ଏହି ବିମାନ ଏବେ ଯୁଗଯୁଗଧରି ଓଡ଼ିଆମାନଙ୍କୁ ସାହସ, ବିରତ୍ୱ ଓ ଦେଶପାଇଁ ସମର୍ପଣଭାବର ବାର୍ତ୍ତା ଦେଇଚାଲିବ। ବିଶ୍ଵବାସୀଙ୍କ ସମ୍ମୁଖରେ ଓଡ଼ିଶାରମର୍ଯ୍ୟାଦାକୁ ପ୍ରତିଷ୍ଠିତକରିବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର- ରଙ୍ଗେଇଲୁଣ୍ଡା non scheduled flightର ଶୁଭାରମ୍ଭ ମଧ୍ୟ କରିଛନ୍ତି।

Leave A Reply

Your email address will not be published.