ଅଫିସ ଭିତରକୁ ପଶିଆସିଲା ହରିଣ

0 200

ଖୁଣ୍ଟୁଣୀ,୪ା୩(ଏସଏସନିଉଜ)ଏବେଠାରୁ ଗ୍ରୀଷ୍ମପ୍ରବାହ ଅସହ୍ୟ ହେବାକୁ ଆରମ୍ଭ ହେଲାଣି ।ଏହାର ପ୍ରଭାବ ମଧ୍ୟ ଜଙ୍ଗଲରେ ଥିବା ବନ୍ୟଜନ୍ତୁମାନଙ୍କ ଉପରେ ପଡୁଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଜଙ୍ଗଲରେଥିବା ବନ୍ୟପ୍ରାଣୀମାନେ ଜଳପାଇଁ ଗ୍ରାମ ମୁହାଁ ହେଲେଣିାଶନିବାର ଅପରାହ୍ନରେ ଜଳଅନ୍ୱେଷଣରେ ଏକ ତୁଷାର୍ତ ହରିଣ ଘଣ୍ଟିଖାଲସ୍ଥିତ ନିଧିପୂର ଫରେଷ୍ଟସେକ୍ସନଅଫିସ ପରିସରକୁ ପଶି ଆସିଥିଲା ।ହରିଣଟି ଖୁଣ୍ଟୁଣୀବନାଞ୍ଚଲ ଅଧିନ ବ୍ରାହ୍ମଣବସ୍ତ ସଂରକ୍ଷିତଜଙ୍ଗଲରୁ ପଦାକୁ ବାହାରିଆସିଥିବାର ଜଣାପଡିଥିଲା ।ପରେ ବନବିଭାଗ କର୍ମଚାରୀମାନେ ତୁର୍ଷାତ ହରିଣଟିକୁ ସ୍ୱାସ୍ଥ୍ୟପରୀକ୍ଷା କରାଇବାପରେ ସୁବାସୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତଭାବେ ଛାଡିଥିଲେ ।

Leave A Reply

Your email address will not be published.