ଡାକ୍ତରଙ୍କ ପରଲୋକରେ ଡେଲାଙ୍ଗ ଷ୍ଟେସନ ବଜାର ବନ୍ଦ

0 211

ଡେଲାଙ୍ଗ ,୪/୯ (ଏସଏସ ନିୟୁଜ ) ଡେଲାଙ୍ଗ ବେରବୋଇ ଗ୍ରାମର ଡାକ୍ତର ଲିଙ୍ଗରାଜ ସ୍ୱାଇଁ (୬୩) ହୃଦଘାତରେ ଭୂବନେଶ୍ୱର ସ୍ଥିତ ନିଜସ୍ୱ ବାସଭବନରେ ମୃତ୍ୟୁ ଘଟିଛି । ଶ୍ରୀ ସ୍ୱାଇଁ କଣାସ ଓ ଡେଲାଙ୍ଗ ଅଂଚଳରେ ଉତ୍ତମ ବ୍ୟବହାର,ଉତ୍ତମସେବା ସ୍ୱାସ୍ଥ୍ୟସେବାରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତଶରିରକୁ ନିଜଗ୍ରାମ ବେରବୋଇକୁ ଅଣାଯାଇଥିଲା । ସାନଭାଇ ଶୁଭେନ୍ଦୁ ସ୍ୱାଇଁ ମୁଖାଗ୍ନି ଦେଇଥିବା ବେଳେ ବନ୍ଧୁ ପରିବାର ପରିଜନଙ୍କ ଗହଣରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।ଡାକ୍ତର ଶ୍ରୀ ସ୍ୱାଇଁଙ୍କ ଉଦେଶ୍ୟରେ ଦିନଙ୍କ ପାଇ ଡେଲାଙ୍ଗ ଷ୍ଟେସନ ବଜାରର ବ୍ୟବସାୟିକ ସଂଗଠନ ପକ୍ଷରୁ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.