ଜଳବନ୍ଦି ପରିବାର ନିକଟରେ ଏମଜେସ୍ମାଇଲ ଅନୁଷ୍ଠାନ

0 230

ଏମଜେସ୍ମାଇଲ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଖେଚୁଡି ଓ ଶୁଖିଲା ଖାଦ୍ୟ ବଣ୍ଟନ
ଡେଲାଙ୍ଗ ୪/୯ (ଏସ ଏସ ନିୟୁଜ)ଦୟାନଦୀର ମାଟିଆପଡା ଘାଇ ହେବା ଦ୍ୱାରା ଅନେକ ଗ୍ରାମ ଏବେ ଜଳବନ୍ଦିରେ ବନ୍ୟା ବିପନ୍ନ ମାନେ ଏବେ ଅହାର ପାଇଁ ଦୁର୍ଦ୍ଦିନରେ ଦିନ କାଟୁଥିବା ବେଳେ ଡେଲାଙ୍ଗ ବ୍ଲକର ଯୁବସାମାଜିକ ଅନୁଷ୍ଠାନ ଏମଜେସ୍ମାଇଲ ସ୍ୱଚ୍ଛାକୃତ ଭାବେ ହାତବଢାଇଛି । ଡେଲାଙ୍ଗ ବ୍ଲକର ଏହି ସାମାଜିକ ଅନୁଷ୍ଠାନ କଣାସରୁ ଏକ ବୋଟ ମାଧ୍ୟମରେ ଯାଇ ଜଳବନ୍ଦିରେ ଥିବା ପରିବାରଙ୍କ ନିକଟରେ ପହଂଚିଥିଲେ । ସେଠାରେ ସେମାନଙ୍କ ର ସମସ୍ୟା ସମ୍ପର୍କରେ ଅବଗତ ହେବାପରେ , ଅନୁଷ୍ଠାନ ପକ୍ଷରୁ ମାଟିଆପଡା ,ଘରଛିଆ,ସିମିଳିପାଟଣା ଗ୍ରାମର ସମସ୍ତ ବନ୍ୟାବିପନ୍ନ ମାନଙ୍କୁ ଖେଚୁଡି,ବିସ୍କୁଟ ,କ୍ୟାଣ୍ଡଲ ,ମଶାଧୂପ ଓ ପାନିୟ ଜଳ ପ୍ରଦାନ କରାଯାଇଛି । ସେହିପରି ଅସୁବିଧା ସମୟରେ ସାହାଯ୍ୟ କାରିବା କାର୍ଯ୍ୟକୁ ବୁଧିଜିବି ମାନେ ପ୍ରଶଂସା କରିଛନ୍ତି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତ ମନୋରଞ୍ଜନ ଜେନା,ଅଜିତ ରାୟ,ଶରତ ପ୍ରଧାନ,ପ୍ରବୀର ମହାପାତ୍ର, nସତ୍ୟନାରାୟଣ ପ୍ରଧାନ,ଶୁଭକାନ୍ତ ପ୍ରଧାନ,ସୁର୍ଯ୍ୟକାନ୍ତ ମହାନ୍ତି ,ଶ୍ରୀମନ୍ତ ପ୍ରଧାନ,ବୁଦ୍ଧେଶ୍ୱର ପ୍ରଧାନ,ଜିତେନ୍ଦ୍ର ଚହଟରାୟ,ଦୁର୍ଗାପ୍ରଶାଦ ପଟ୍ଟନାୟକ ସମେତ ଏମଜେସ୍ମାଇଲର ସମସ୍ତ କର୍ମକର୍ତ୍ତା ସହେଯାଗ କରିଥିଲେ । ଆଗାମିଦିନରେ ଅନ୍ୟଗ୍ରାମ ଗୁଡିକରେ ସହାୟତା ପ୍ରଦାନ କରିବ ବୋଲି ସଂଗଠନ ଲକ୍ଷରଖିଛି ।

Leave A Reply

Your email address will not be published.