ଶୁଖିଲା ଖାଦ୍ୟ ବାଣ୍ଟିଲା କଂଗ୍ରେସ

0 484

ଡେଲାଙ୍ଗ ୪/୯(ଏନ ଏସ ନିୟୁଜ) ଦୟାନଦୀର କଣ୍ଟିକାଜ ଠାରୁ ବନ୍ୟାଜଳ ଲୁଣାନଦୀ ଦେଇ ଡେଲାଙ୍ଗରେ ପ୍ରବେଶ କରିବା ଦ୍ୱାରା ୧୪ ଟି ପଂଚାୟତରେ ବନ୍ୟାର ବିଭିଷିକା ଦେଖିବାକୁ ମିଳିଥିଲା । ଆଜି କଂଗ୍ରେସ ପକ୍ଷରୁ ମହିଳା ରାଜ୍ୟ କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ର,ଯୁବନେତା ବିଶ୍ୱରଞ୍ଜନ ବଳବନ୍ତରାୟକଙ୍କ ତତ୍ୱାବଧାନରେ କଲ୍ୟାଣ ପୁର ପଂଚାୟତର ଭଟ୍ଟ ସାହି,ମେଳନ ପଡିଆ ଦଳିତସାହି ,ଚାଇଁପୁର,ସିଂହବ୍ରହ୍ମପୁର,ସୁଜନପୁର ପଂଚାୟତର ବାଲିଉପର ସାହିର ବନ୍ୟା ବିପନ୍ନ ମାନଙ୍କୁ ଚୁଡା,ମୁଢି,ବିସ୍କୁଟ ଓ ଚିନି ପ୍ରଭୃତି କଂଗ୍ରେସ ପକ୍ଷରୁ ବଣ୍ଟନ କରାଯାଇଥିଲା କରାଯାଇଛି ।ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଣ୍ଡା,ହାପି ପ୍ରଧାନ,ମାଧବ ଦାଶ ,ସୁବ୍ରତ ପଲେଇ,କ୍ଷିରୋଦ କୁମାର ଦାଶ ପ୍ରମୁଖ କର୍ମିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.