ଦଳ ଛାଡିଲେ ବାପପୁଅ

0 186

ଭୁବନେଶ୍ୱର,୨୫ା୧(ଏସଏସନିଉଜ) ଓଡିଶାର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ବିଜେପିନେତା ଗିରିଧରଗମାଙ୍ଗେ ଓ ପୁଅ ଶିଶିରଗମାଙ୍ଗେ ବିଜେପି ଦଳରୁ ବିଧିବଦ୍ଧ ଭାବରେ ଇସ୍ତଫା ଦେଇ ବିଜେପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଙ୍କୁ ଇସ୍ତଫାପତ୍ର ପଠାଥିବାନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । କିଛିଦିନ ତଳେ ଉଭୟ ବାପପୁଅ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନୁଆଦଳ ଭାରତରାଷ୍ଟ୍ର ସମିତିରେ ସାମିଲ ହେବାନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନ ୨୦୨୪ରେ ଥିବାବେଳେ ଏହି ଦୁଇନେତା ବିଜେପି ଛାଡିବାନେଇ ଦଳକୁ ଏକ ଶକ୍ତ ଝଟକା ଲାଗିଥିବାର ଜଣାପଡିଛି ।

Leave A Reply

Your email address will not be published.