ବୋମାଫୁଟି ବାଳକର ପାଦଛିଣ୍ଡିଲା

ସୁନ୍ଦରଗଡ଼,୨୫ା୧(ଏସଏସନିଉଜ)ସଦରଥାନା ଅଧିନସ୍ଥ ସୁବଳୟା ମୁସଲିମବସ୍ତିରେ ବୋମାଫୁଟି ସବିନାଖାତୁନଙ୍କ ପୁଅ ମହମ୍ମଦତେଗିଅଲ୍ଲୀ ନାମକ ବାଳକର ପାଦ ଛିଣ୍ଡିଯାଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପରିବାରଲୋକ ସୁନ୍ଦରଗଡ଼ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅପରାହ୍ନରେ ତେଗିଅଲ୍ଲୀ ଭାଇସହ ଘର ଅଗଣାରେ ଫୁଟବଲ୍ ଖେଳୁଥିବାବେଳେ ହଠାତ୍ ତାଙ୍କ ପାଦତଳେ ବିସ୍ଫୋରଣ ହୋଇ ସାରାଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଫଳରେ, ସେ ଅଚେତହୋଇ ତଳେପଡ଼ି ଯାଇଥିଲେ। ଶବ୍ଦଶୁଣି ପରିବାରଲୋକ ଆସିବାବେଳକୁ ବାଳକଙ୍କପାଦ ଛିଣ୍ଡି ଯାଇଥିବା ଦେଖିବାକୁ ପାଇଥିଲେ। ଏହି ହାତତିଆରି ବୋମା କିପରି ଏଠାକୁ ଆସିଲା ତାହା ଜଣାପଡିନଥିବାବେଳେ ଖବରପାଇ ପୁଲିସ ଘଟଣାସ୍ଥଳରେପହଞ୍ଚି ତଦନ୍ତ ଆରମ୍ଭକରିଛି।

- Advertisement -

Leave A Reply

Your email address will not be published.