ବଲାଙ୍ଗୀର ,୨୫ା୧(ଏସଏସନିଉଜ) ସଇନ୍ତଲାବ୍ଲକ୍ ଘୁନସରପଞ୍ଚାୟତ ଦେଢେ଼ଲଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଠୁର୍ରନୀକାନୀଗ୍ରାମର ମହିଳା ରତନୀରଣା ସୋମବାରଦିନ ନିଜର କପା ବିଲକୁଯାଇ ଫେରିନଥିଲୋ ଖୋଜାଖୋଜି ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କ ମୃତଦେହ ଦେଢେ଼ଲ ଜଙ୍ଗଲ ମଧ୍ୟରେ ଠାବ କରାଯାଇଥିଲା।ଖବରପାଇ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛି ।ଘଟଣାସ୍ଥଳରୁ ପୋଲିସ ଗୋଟିଏହଳ ଚପଲ, ଗୋଟିଏ ଛୋଟ ଛୁରୀ , କିଛି କପଡ଼ା ଓ ମଦ ପାଉଚ୍ ଜରି ଜବତ କରିଥିବାର ଜଣାପଡିଛି ।
