ମାଲକାନଗିରି ,୨୫ା୧(ଏସଏସନିଉଜ) ଫେରାରଥିବା ଦୁର୍ଦ୍ଦାନ୍ତନକ୍ସଲ ରଞ୍ଜୁଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି । ଜାମିନରେମୁକୁଳି ଫେରାରଥିବା ଚାଣ୍ଟିକୁ ଏନ୍ଆଇଏ ଟିମ୍ ସ୍ବାଭିମାନଅଞ୍ଚଳରୁ ଆଜି ଗିରଫ କରିଛି । ପୂର୍ବରୁ ରହିଥିବା ମାମଲାର ଶୁଣାଣି ପାଇଁ ଚାଣ୍ଟି ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଥିବାରୁ ଚାଣ୍ଟିକୁ ଏନ୍ଆଇଏ ଟିମ୍ ଖୋଜୁଥିଲା।କିଛି ଦିନତଳେ ଏନ୍ଆଇଏପକ୍ଷରୁ ବିଭିନ୍ନସ୍ଥାନରେ ଚାଣ୍ଟି ଏବଂ ସହଯୋଗୀଙ୍କ ପୋଷ୍ଟର ମରାଯାଇଥିଲା ।
