ଡନ୍ କନେଷ୍ଟବଳଙ୍କ ବ୍ୟବହାରରେ ମୃତକପରିବାର କ୍ଷୁବ୍ଧ

0 332

ବାରଙ୍ଗ,୧/୩(ଏସଏସନିୟୁଜ୍) କେହି ଛୁଇଁ ପାରିବନାହିଁ ।ମୁଁ କହୁଛି ଯିଏ ଛୁଈଁବ ତା ନାମରେ କେଶ କରିବି ।ମୋତେ ଚିହିଁନାହଁ ଯଦି ଥାନାକୁ ଯିବ ଭଲକରି ଚିହେଁଇଦେବି ଏହିଭଳି ସର୍ବସାଧରଣରେ ତାଗିଦ କରିଥିବାର ଦୃଶ୍ୟ ସମସ୍ତଙ୍କୁ ହତବାକ କରିଥିଲା । ନନ୍ଦନକାନନ ଥାନାର ଡନ କନେଷ୍ଟବଳ ସାଜିଥିବା ମହାନ୍ତିବାବୁ । ନନ୍ଦନକାନନ ଥାନାର ଏହି ଡନ କନେଷ୍ଟବଲ ଭଲନାମ ହେଉଛି ସତ୍ୟନାରାୟଣ ମହାନ୍ତି ।ନନ୍ଦନକାନନଥାନାରେ ପାଖାପାଖି ୪ବର୍ଷ ହେଲା ଥାକ୍ ଜମାଇ ରହିଛନ୍ତି । ବଡହାକିମମାନଙ୍କ ସହ ଭଲବୁଝାମଣା ରହିଥିବାରୁ କାହାକୁ ଥାନାରେ ଖାତିରି କରୁନାହାନ୍ତିା ଥାନାରେ ତାଙ୍କର ଏକ ସ୍ୱତନ୍ତ୍ର ଗ୍ରୁପ ରହିଛି । ଦୀର୍ଘ ୩ବର୍ଷରୁ ଉର୍ଦ୍ଧଦିନ ଧରି ଥାନାଛାଡୁନଥିବା ଏହି ମହାନ୍ତିବାବୁ ସାଧାରଣଲୋକଙ୍କୁ ପୋଲିସଠାଣିରେ ଉତମ ବ୍ୟବହାର ଦେଇଥାନ୍ତି । ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକ ତାଙ୍କ ହାବୁଡରେ ଥରେ ପଡିଲେ ଭବିଷ୍ୟତରେ ଥାନକୁ ଆସିବାର ନାଁ ଧରିନଥାନ୍ତି । ଏକଥା ଆମେ କହୁନାହୁଁ । ବାବୁଙ୍କ କରାନାମ ବିଷୟରେ ବହୁତ ଉଦାହରଣ ରହିଛି ,ଯେକେହିବି ବୁଝିଲେ ଜାନିବାରେ ଅସୁବିଧା ହେବ ନାହିଁ । ଘଟଣାକୁ ସମାଧାନ କରିବା ପରିବର୍ତେ ସାଧାରଣ ଜନତାକୁ ପୋଲିସଠାଣିରେ ବ୍ୟବହାର କରି ଉତେଜିତ କରିବାଭଳି କାମ କରିବାକୁ ପଛାଇନଥାନ୍ତି । ଯାହାର ସଦ୍ୟ ଉଦାହରଣ ରବିବାରଦିନ ସକାଳେ ରଘୁନାଥପୁର ଗ୍ରାମରେ ଦେଖିବାକୁ ମିଳିଛି । ଜଣେ ଯୁବକର ମୃତଦେହ ପୋଖରୀରୁ ଉଦ୍ଧାର ପରେ ସେମାନଙ୍କ ପରିବାର ଲୋକକୁ ମୃତଦେହକୁ ଛୁଆଁଈଦେବାକୁ ମନାକରିବାରୁ ଦେଖାଦେଇଥିଲା ଚାପା ଉତେଜନା । ଶୋକସନ୍ତପ୍ତ ପରିବାପ୍ରତି ଅନୁକମ୍ପା ଦେଖାଇ ଉପସ୍ଥିତ ଯୁବକମାନେ ଡନ୍ କନେଷ୍ଟବଲକୁ ଉତମମଧ୍ୟମ ଶୂଣାଇବାରୁ ଡନ୍‌ଙ୍କ ନିଶା ଖସିଥିଲା । ସାଧାରଣ ଲୋକଙ୍କୁ ଉତମ ବ୍ୟବହାର ଦେବାକୁ ବଡବଡିଆ ପୋଲିସ ଅଧିକାରୀମାନେ ବାରମ୍ଭାର ତାଗିଦ କରୁଥିଲେ ମଧ୍ୟ ଏହି ଡନ କନେଷ୍ଟବଲ କିପରି ଜାଣିପାରୁନାହନ୍ତି ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଥାନାକୁ ଅଭିଯୋଗ ନେଇ ଯାଉଥିବା ଲୋକମାନେ ମଧ୍ୟ ଏହି ଡନଙ୍କ ହାବୁଡରେ ପଡିଲେ ଯେଉଁ ହିନସ୍ତା ହେଉଛନ୍ତି ତାହାର ବହୁଳ ଉଦାହରଣ ରହିଛି ।

ରବିବାରଦିନ ସକାଳେ ରଘୁନାଥପୁର ଗ୍ରାମର ଶିଖରଚଣ୍ଡୀସାହିର ଦିଅଁଙ୍କପୋଖରୀରେ ଭାସୁଥିବା ବେଳେ ସୁବାସସେନାପତି ନାମକ ଜଣେ ଯୁବକର ମୃତଦେହକୁ ନନ୍ଦନକାନନଥାନା ପୋଲିସ ଉଦ୍ଧାର କରିଛି । ସୁବାସ ନନ୍ଦନକାନନର ଗାଇଡ କାମ କରି ନିଜ ପରିବାର ପ୍ରତିପୋଷ କରି ଚଳୁଥିବା ସହ ଭଲ ରୋଷେୟା ସାଙ୍ଗକୁ ଭଜନ କରିବାରେ ତାଙ୍କର ଖ୍ୟାତି ରହିଥିଲା ।ତେଣୁ ତାଙ୍କର ମୃତ୍ୟୁ ଖବରପାଇ ନନ୍ଦନକାନନ ଗାଇଡସଂଘ ,ରଘୁନାଥପୁର ଭଜନମଣ୍ଡଳୀ ସହ ରଘୁନାଥପୁର ଗ୍ରାମର ଶତାଧିକ ଯୁବକମାନେ ପହଁଚି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶେଷଦର୍ଶନ କରିଥିଲେ ।ଗତ ଦୁଇଦିନହେବ ସୁବାଶ ଘରୁ ନିଖୋଜ ରହିଥିଲେ । ପରିବାରଲୋକ ବହୁ ଖୋଜାଖୋଜି କରିବାପରେ ତାଙ୍କର ପତା ପାଇପାରିନଥିଲେ । ରବିବାର ବଢିଭୋରସମୟରେ କିଛି ପିଲା ଦିଅଁଙ୍କପୋଖରୀକୁ ଶୋଚ ପାଇ ଯାଇଥିବାବେଳେ ଏକ ମୃତଦେହ ଭସୁଥିବାର ଦେଖିବାକୁ ପାଇଥିଲେ । ନନ୍ଦନକାନନ ଥାନାଅଧିକାରୀ ପରମାନନ୍ଦ ନାୟକ ଖବର ପାଇବାପରେ ଏସଆଇ ସୈାରଭ କୁମାର ଭୋଇଙ୍କ ତତ୍ୱାବଧାନରେ ଏକ ପୋଲିସଟିମ ଘଟଣାସ୍ଥଳରେ ପହଁଚିବାପରେ ପାଣିଭିତରୁ ନିଖୋଜ ସୁବାଶର ମୃତଦେହକୁ ଉଦ୍ଧାର କରାଯାଇଥିଲା । ପରେ ଲୋକମାନଙ୍କ ସହ ମୃତକଙ୍କ ପରିବାଲୋକଙ୍କୁ ବୁଝାସୁଜା କରିବା ସହ ମୃତଦେହକୁ ବ୍ୟବଛେଦ ପାଇଁ ପୋଲିସ ପଠାଇଥିଲେ ।

Leave A Reply

Your email address will not be published.