ଦରମା କେବଳ୧ଟଙ୍କା

ଖବର ଆଜିର,ତାରିଖ ୦୨-୦୩-୨୦୨୧ ମଙ୍ଗଳବାର

0 312

୧-ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯ ।
୨-ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
୩-ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ ।
୪-୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ ।
୫-ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ ଦଶମ ପରୀକ୍ଷା; ଜୁଲାଇରେ ପ୍ରକାଶ ପାଇବ ଫଳ ।
୬-ଫେବୃୟାରୀରେ ୭% ବଢ଼ିଲା ଜିଏସଟି ସଂଗ୍ରହ, ୧.୧୩ ଲକ୍ଷ କୋଟି ଆଦାୟ ।
୭-ପଇସା ଦେଇ ନିଜ ନିଜ ଅଞ୍ଚଳରେ ଟିକା ନେବେ ବିଜେପି ମନ୍ତ୍ରୀ, ସାଂସଦ ଓ ବିଧାୟକ ।
୮-ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକୃତ ସମସ୍ତ ଓଡିଆ ଚାଷୀ ଉପକୃତ ହେବା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ ।
୯-ମାର୍ଚ୍ଚରୁ ମେ’ – ଓଡ଼ିଶାରେ ହେବ ଭୀଷଣ ତାତି ।
୧୦-ରାଜ୍ୟରେ ହଟ୍‌ସ୍ପଟ୍ ପାଲଟିଲାଣି ସମ୍ବଲପୁର ।
୧୧-ପିପିଲି ଉପନିର୍ବାଚନ ପୂର୍ବରୁ ବିଡିଓଙ୍କ ସୂଚନା, ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତି ଘରେ ରହି ଭୋଟ୍‍ ଦେଇପାରିବେ ।
୧୨-ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର ସଂଖ୍ୟା ୧୦୦ ମିଲିୟନ ଛୁଇଁଲା । ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ ।
୧୩-ଭାରତୀୟ ଭ୍ୟାକ୍ସିନ୍‌କୁ ଚୀନ ହ୍ୟାକର୍‌ଙ୍କ ଟାର୍ଗେଟ
୧୪-ତୋର ମୋର ଯୋଡି ସୁନ୍ଦର ମୁଣ୍ଡରେ ବାହାମୁକୁଟ, ବେକରେ ବରଣମାଳ ବିବାହ ପରେ ପରିବାର ଲୋକଙ୍କ ସହ ଫଟୋ ଛାଡିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ।
୧୫-ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜି, ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ ।
୧୬-ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶ ଦାତା ନିଯୁକ୍ତ ହେଲେ ପ୍ରଶାନ୍ତ କିଶୋର । ଦରମା ନେବେ କେବଳ ୧ ଟଙ୍କା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.