ଓଲଟିଲା ବସ,୧୦ଆହତ, ୪ ଗୁରୁତର

0 363

ମହାକାଳପଡ଼ା,୨/୩(ଏସ ଏସ ନିୟୁଜ)କେନ୍ଦ୍ରାପଡା ମହାକାଳପଡ଼ା ରେ ଯାତ୍ରୀବାହୀ ବସ ଓଲଟି ୧୦ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର  ହୋଇଛନ୍ତି। କଟକ ଅଭିମୁଖେ ଯାଉଥିବା ଗୌରିଶଙ୍କର ପ୍ରିନ୍ସ ବସ୍ ଓରତ-ଅଙ୍ଗୁଳାଇ ରାସ୍ତାର ଓଳିହା ରାଇସ୍ ମିଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ବସ୍ ଟି ଏକ ବାଙ୍କ ରାସ୍ତା ରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଵିଲକୁ ଓଲଟି ପଡିଥିଲା। ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ନିକଟସ୍ଥ ବିଭିନ୍ନ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ନିଆଯାଉଛି।ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ଜିଲ୍ଲା ପ୍ରଶାସନ ପହଁଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଲୋକମାନଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.