ମେଣ୍ଢାଶାଳ,୯।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ପ୍ରସିଦ୍ଧ ପ୍ରଭୁ ପରମେଶ୍ୱରଙ୍କ ପଞ୍ଚୁ ଦୋଳମେଳଣ ରବିବାର ରାତିରେ ଆରମ୍ଭ ହୋଇଛି।ଠାକୁରଙ୍କ ସାହିବୁଲା ଶୋଭାଯାତ୍ରା ରବିବାରରାତିରେ ଆରମ୍ଭ ହୋଇ ସୋମବାର ସକାଳେସରିଛି। ପାଞ୍ଚଠାକୁର ସୁସଜିତ ବିମାନରେ ବସିଗ୍ରାମ ପରିକ୍ରମା କରିଥିଲେ।ଠାକୁରଙ୍କଆଗରେ ଗୋଟିପୁଅନୂତ୍ୟ,ଲଉଡ଼ିଖେଳ, ଯୋଡ଼ାଶଙ୍ଖ,କାହାଳି ଆଦି ସାତସାହି ତରଫରୁ ସୁସଜ୍ଜିତ ଶୋଭାଯାତ୍ରା ଆସିଥିଲା।ପ୍ରଧାନସାହିର ବେଲପାହାଡ଼ କାଳିସହ ପୁଷ୍ପାରାଜ ଆଦି ବେଶଧାରିମାନେ ନୂତ୍ୟ ଓ କୌଶଳ ପରିବେଷଣକରିଥିଲେ।ବ୍ରାସବ୍ୟାଣ୍ଡ, ପଂଜାବୀ ଢୋଲ, ହଳଦୀ କାଠବାଜା, ହନୁମାନ ଇଭେଣ୍ଟ ଓ ପାରମ୍ପରିକ ଘୋଡା ଆଦିକୁ ସ୍ଥାନ ଦେଇଥିଲେ।ତଳସାହିର ଢୋଲବାଜା, ଦୂଲଦୁଲି, ଶିକାକୁଲମ ଜୋକର ମ୍ୟାଜିକସୋ ପରିବେଷଣ କରିଥିଲେ।ପାରମ୍ପରିକ ଷଣ୍ଢ ନୂତ୍ୟ ଖୁବ ଉଚକୋଟୀର ଥିଲା।ନୂଆଗଡସାହିର ପ୍ରଜ୍ଞାନମେଢ଼ରେ ଭାରତୀୟ ରେଳ,ସମ୍ବଲପୁରୀବାଦ୍ୟ,ପରମ୍ପରିକ ଷଣ୍ଢନୂତ୍ୟ,ବରିମୁଣ୍ଡ ହଳଦିକାଠ,ମେଲୋଡି ନୂତ୍ୟ, ରଙ୍ଗାରଙ୍ଗନୂତ୍ୟରେ ସାହି ଦୁଲକିଯାଇଥିଲା। ଜେଠୀସାହିର ସବୁ ସାହିଠାରୁ ଭିର୍ଣ୍ଣକାର୍ଯ୍ୟକ୍ରମ କରିଥିଲା।ପ୍ରଜ୍ଞନମେଢ଼ରେ ଥିଲା ଜଗନ୍ନାଥ ରଥରେ

ଦେବଦାସୀ ନୂତ୍ୟ, କଲିକତାବାଦ୍ୟ,ଅଘୋର, ରାଜ୍ୟବାହାର ନାନା ଭଳି ଇଭେଣ୍ଟ ସହ ଷଣ୍ଢନୂତ୍ୟ।ବାହୁବଳେନ୍ଦ୍ରସାହିର କଣ୍ଢେଇନୂତ୍ୟ,ବୁଢ଼ାବୁଢ଼ୀ ନୂତ୍ୟ, ପାଟଣା ସାହିର ସମ୍ବଲପୁରୀ,ହଳଦୀକାଠବାଜା,ଓଡଗାଁ ପଂଜାବୀବାଜା,ଷଣ୍ଢ ନୂତ୍ୟ ଓ ମାଝୀସାହିର ଦୂଲଦୁଲିବାଜା,ରଙ୍ଗବାଜା,ଷଣ୍ଢ ଆଦି ନୂତ୍ୟକୁ ସାମିଲ କରିଥିଲେ।ପ୍ରଥମେ ପ୍ରଭୁ ପରମେଶ୍ୱରଦେବଙ୍କ ମୁଖ୍ୟପୂଜକ ସୁଦର୍ଶନରଥଙ୍କ ଅଗଣାରୁ ଓ ନୂଆଠାକୁର(ରାଧାକୃଷ୍ଣ)ଦେବଙ୍କୁ ଶତପଥୀ ଅଗଣାରୁ ସୁସଜିତ ବିମାନରେ ଶଙ୍ଖକାହାଳି ବାଦ୍ୟରେ ଅଣାଯାଇ ରାମମନ୍ଦିର ପାଖରେ ରଖା ଯାଇ ପରମ୍ପରା ଅନୁସାରେ ପ୍ରତ୍ୟେକସାହିରୁ ଆସିଥିବା ଘୋଡା,ଷଣ୍ଢ ଆଦିକୁ ପଣା ପିଆ ନୀତିକାନ୍ତି କରାଯାଇଥିଲା ।ପ୍ରଭୁ ପରମେଶ୍ୱରଦେବ, ନୂଆଠାକୁର, ଚନ୍ଦ୍ରଶେଖରଦେବ,ଗୋପାଳଜୀଉ ଓ କଣ୍ଟାବାଡ ଗୋପୀନାଥଦେବଙ୍କୁ ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଯାଇଥିଲା।ଚନ୍ଦକା ଆଇଆଇସି ସମୀତା ମିଶ୍ର ସଦଳବଲେ ଉପସ୍ଥିତରହି ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରା ଶେଷ ହୋଇଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Prev Post
