ଜବରଦଖଲ ଉଚ୍ଛେଦ ବେଳେ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଥାନାରେ ଅଭିଯୋଗ

କଟକ,୯।୩(ଏସଏସନିଉଜ) ବ୍ରାହ୍ମଣୀଗାଁରେ ସରକାରୀ ରାସ୍ତାକୁ ଜବରଦଖଲ କରି କରାଯାଇଥିବା କାମକୁ ଭାଙ୍ଗିବା ବେଳେ ତହସିଲ କର୍ମଚାରୀମାନଙ୍କ ସହ ସାମ୍ବାଦିକମାନକୁ ଆକ୍ରମଣ ଉଦ୍ୟମ କରାଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ ସୋମବାରଦିନ ୧୧ଟାସମୟରେ ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ରାଜସ୍ବକାର୍ଯ୍ୟାଳୟ ଅଧିନରେଥିବା ବ୍ରାହ୍ମଣୀଗାଁରେ ଜଣେ ବ୍ୟକ୍ତି ଘରଆଗରେ ଥିବା ସରକାରୀରାସ୍ତା ଉପରେ ସ୍ଥାୟୀପ୍ରାଚୀର ନିର୍ମାଣ ପାଇ ଉଦ୍ୟମ କରି କାର୍ଯ୍ୟଆରମ୍ଭ କରିଥିଲେ।ଗ୍ରାମବାସୀ ମାନଙ୍କଠାରୁ ଅଭିଯୋଗ ପାଇ ତହସିଲପକ୍ଷରୁ ସରକାରୀ ଜାଗାରେ ସ୍ଥାୟୀକାମ ନକରିବାକୁ କୁହାଯାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତପରିବାର ପକ୍ଷରୁ ସ୍ଥାୟୀକାମ କରାଯାଉଥିବା ବେଳେ ଏହାକୁ ହଟାଇବାକୁ ସୋମବାର ତହସିଲପକ୍ଷରୁ ଉଦ୍ୟମଆରମ୍ଭ ହୋଇଥିଲା।
ବାରଙ୍ଗ ତହସିଲଦାର ଡ଼ ତୃଷାର ଜ୍ୟୋତିରଞ୍ଜନ ବାରଙ୍ଗପୋଲିସଙ୍କୁ ସାଙ୍ଗରେ ନେଇ ଜାଗା ମାପଚୁପ କରିବାପରେ ଜବରଦଖଲ ହୋଇଥିବା ସ୍ଥାନରେ ହୋଇଥିବା କାର୍ଯ୍ୟକୁ ଭାଙ୍ଗିବାପାଇ ଉଦ୍ୟମକରିଥିଲେ।ଏହି ସମୟରେ ଉକ୍ତ ପରିବାରଲୋକ ବିରୋଧକରିବା ସହ ସମସ୍ତଙ୍କୁ ଖରାପବ୍ୟବହାର ପ୍ରଦର୍ଶନ କରିଥିଲେ।ଏପରିକି ସେଠାରେ ଉପସ୍ଥିତଥିବା କିଛି ସାମ୍ବାଦିକମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ ବୋଲି ତହସିଲଦାର ଓ କେତେକ ସାମ୍ବାଦିକ ଆଜି କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.