ଦଶହରାକୁ ପାଣିଚିଆ କଲା ବର୍ଷା

0 150

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଦଶହରାକୁ ପାଣିଚିଆ କରି ଦେଇଛି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ସାରା ରାଜ୍ୟରେ ଜାରିରହିଥିବା ବର୍ଷା ଯୋଗୁ ଦଶହରା ମଉଜରେ ଫିକା ପଡିଯାଇଛି । ଲଘୁଚାପକ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୨୪ଘଣ୍ଟାରେ ଏହା ପଶ୍ଚିମଉତ୍ତର ପଶ୍ଚିମଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.