ଦଶହରାରେ ଜଗା ଦର୍ଶନ ମନା

0 362

ପୁରୀ,୧୧/୧୦(ଏସଏସନିୟୁଜ)କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଜଗା ଦର୍ଶନ ଉପରେ କଟକଣା ଜାରିକରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ । ଦଶହରା ପାଇଁ ୧୫ ତାରିଖ ଦିନ ଦର୍ଶନ ବନ୍ଦ ରହିବ । ୨୦ ତାରିଖ ଦିନ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ । ନଭେମ୍ବର ମାସର ସମସ୍ତ ରବିବାର ସମେତ ଦୀପାବଳି, କାର୍ତ୍ତିକ ବଡ଼ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ । ରାଜ୍ୟ ସରକାରଙ୍କୁ ପକ୍ଷରୁ କରାଯାଉଥିବା ହବିଷିଆଳି ଯୋଜନା କୋଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବନ୍ଦ ରହିବ । କରୋନା ମହାମାରୀ ସମୟରେ ପୁରୀକୁ ନଆସିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଅନ୍ୟପଟେ କୁମାର ପୂର୍ଣ୍ଣିମାରୁ ସେବାୟତମାନେ ପାରମ୍ପାରିକ ବେଶରେ ଭିତର କାଠର ଗର୍ଭଗୃହକୁ ଯାଇପାରିବେ ।ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.