ରାସ୍ତାକଡ଼ ରେଷ୍ଟରୁଣ୍ଟରେ ବିଏମସିର ଚଢଉ

0 261

ବାରଙ୍ଗ,୧୧/୧୦(ଏସଏସନିୟୁଜ)ନନ୍ଦନକାନନକୁ ବୁଲିବାକୁ ଆସିଛନ୍ତିକି,ତେବେ ରାସ୍ରାକଡରେ ଥିବା ରେଷ୍ଟରୁଣ୍ଟରେ ଦେଖିକି ଖାଆନ୍ତୁ,ନଚେତ ଫୁଡ ପଏଜନ ସହ ଜୀବନ ବି ଯାଇପାରେ ।ଏହିଭଳି ଘଟଣା ରବିବାରଦିନ ଅପରାହ୍ନରେ ଦେଖିବାକୁ ମିଳିଛି ।ବିଏମସି ପକ୍ଷରୁ ‘ହେରମିଟ ଜିଙ୍ଗ ‘ନାମକ ରେଷ୍ଟରୁଣ୍ଟ ରେ ଚଢାଉକରାଯିବା ସହ ବାସିଖାଦ୍ୟ ଯୋଗାଉଥିବା ଅଭିଯୋଗରେ ଫାଇନକାଟିବା ସହ ଚେତାବନୀ ଦେଇଛନ୍ତି ।ନନ୍ଦନକାନନ କୁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ପ୍ରତ୍ୟେହ ବୁଲିବାକୁ ଆସୁଛନ୍ତି ।ଏହାକୁ ଆଖିଆଗରେ ରଖି ନନ୍ଦନକାନନ ରାସ୍ତାକଡରେ ଖୋଲିଛି ଛୋଟବଡ ହୋଟେଲ, ରେଷ୍ଟରୁଣ୍ଟ ।କିଛି ଅସାଧୁ ରେଷ୍ଟରୁଣ୍ଟ ମାଲିକ ବାସି ଖାଦ୍ୟ ଦେଇ ରାଜ୍ୟ ବାହାର ଗରାଖମାନଙ୍କୁ ଠକିବାକୁ ପଛାଉନାହାନ୍ତି ।ଏହାଦ୍ୱାରା ପର୍ଯ୍ୟଟକମାନେ ଅଶାନ୍ତି ହୋଇ ଫେରିଥାନ୍ତି ।ଏହିଭଳି ଅଭିଯୋଗମାନ ଆସିବାପରେ ବିଏମସିର ଫୁଡଡିପାଟମେଣ୍ଟ ୪-ଜଣିଆ ସଦସ୍ୟ ଆସି ନନ୍ଦନକାନନରାସ୍ତାର ରଘୁନାଥପୁରଗ୍ରାମବୁଢାନାଳସେତୁପାଖରେ ଥିବା ‘ହେରମିଟ ଜିଙ୍ଗ ‘ନାମକ ରେଷ୍ଟରୁଣ୍ଟ ରେ ଚଢ଼ାଉ କରିଥିଲେ ।ଚଢଉ ସମୟରେ ଫ୍ରିଜରରୁ ୫-୬ଦିନର ବାସି ୨୦-୩୦କିଲୋ ଚିକେନ କସା, ଫ୍ର‌୍ୟାୟ ରାଇସକୁ ଗରମ କରି ତାଜା ଖାଦ୍ୟ କହି ଗରାଖ ଙ୍କୁ ଦେଉଥିବାର ଏହି ସଦସ୍ୟମାନେ ଜାଣିବାକୁ ପାଇଥିଲେ ।ଏହାପରେ ଏହି ରେଷ୍ଟରୁଣ୍ଟଉପରେ ମୋଟା ଅଙ୍କର ଫାଇନ କାଟିବାସହ ଏଭଳି ନକରିବାକୁ ଚେତାବନୀ ଦେଇଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.