ବଳିଦାନ ଦେଲା କୁକୁର

0 298

ବାରଙ୍ଗ,୧୦/୧୦(ଏସ ଏସ ନିୟୁଜ) ଜନମୁଖରୁ ଶୁଣାଯାଏଯେ କୁକୁର ହେଉଛି ଏକ ବିଶ୍ୱସ୍ତ ପ୍ରାଣୀ | ତେଣୁ ଏହି ଜନ ସମାଜ କୁକୁରକୁ ପାଳିବା ସହ ଘର ଜଗୁଆଳି ଭାବେ କୁକୁରକୁ ଘର ଜଗେଇ ନିଜ କାର୍ଯ୍ୟରେ ବାହାରି ଯାଇଥାନ୍ତି | ଆଉ ଏମିତି ବି ଅନେକ ନିଦର୍ଶନ ଅଛି ଯେ ନିଜ ମାଲିକକୁ ବଞ୍ଚାଇବାକୁ ଯାଇ କୁକୁର ନିଜର ବଳିଦାନ ଦେଇଛନ୍ତି | ସେମିତି ଏକ ଦୁଖଦଃ ପୂର୍ଣ୍ଣ ଘଟଣା ଘଟିଛି ଉତ୍ତର ଭୁବନେଶ୍ୱର ଗଣ୍ଡରପୁର ଟାଙ୍ଗିବନ୍ତ ରୋଡ଼ ଏକ ମଠ ପାଖରେ ରହୁଥିବା ଜଣେ ଏକ୍ସ ଆର୍ମିଙ୍କ ଘରେ | ଏକ୍ସ ଆର୍ମି କବି ନାୟକ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ଭୁବନେଶ୍ୱର ଯିବାରଥିଲା | ଏଣୁ ତାଙ୍କର ପାଳିତ କୁକୁରଟିର ଖାଦ୍ୟ ବ୍ୟବସ୍ଥା କରିଦେଇଥିଲେ |ଆଉ ଗଲାବେଳେ କୁକୁରଟିକୁ କହି ଯାଇଥିଲେକି ଆମେ ଯାଉଛୁ | ଘରେ ଭାଇମାନେ (କବିଙ୍କ ପିଲାମାନେ)ଅଛନ୍ତି | ଆମେ ଆସିଲା ଯାଏ ଟିକେ ନଜର ରଖିଥିବୁ | ଏତିକି କହି କବିବାବୁ ଓ ତାଙ୍କ ସ୍ତ୍ରୀ ସହର ଭିତରକୁ ତାଙ୍କ

କାମରେ ଯାଇଥିଲେ | ଆସି ଦେଖିଲା ବେଳକୁ ଘର ଦୁଆରମୁଁହରେ ଗୋଟେ ତମ୍ପ ସାପ ଓ କୁକୁରଟି ମରି ପଡିଛନ୍ତି | ଘରେ ପିଲା ମାନଙ୍କୁ ଡାକି ପଚାରି ବୁଝିଲେଯେ ସେ ଯିବାର କିଛି ସମୟ ପରେ କୁକୁର ବହୁତ ଭୁକୁଥିଲା | ହେଲେ ଦିନରେ କିଏ ଚୋର କାହିଁ ଆସିବ ଭାବି ସେମାନେ ଆଉ କବାଟ ଖୋଲି ନଥିଲେ | କୁକୁରଟି ନିଜ ମାଲିକ ମଳିକିଆଣି କଥା ରକ୍ଷାକରି ତାଙ୍କ ପିଲାମାନଙ୍କୁ ରକ୍ଷା କରିବାକୁ ଯାଇ ତମ୍ପ ସାପଟିକୁ ଘରେ ପୁରାଇ ଦେଇ ନଥିଲା | ଏହି ସାପ କୁକୁର ଲଢେଇରେ ଉଭୟ ୨ ପ୍ରାଣୀଙ୍କ ଜୀବନ ଯାଇଥିବା ସିସିଟିଭିରୁ ଜଣା ପଡିଥିଲା ବୋଲି ଶ୍ରୀ ନାୟକ କହିଛନ୍ତି |

Leave A Reply

Your email address will not be published.