ଦାୟିତ୍ୱ ଗ୍ରହଣ କଲେ ନୂତନ ଡିଜିପି ସୁନୀଲ ବଂଶଲ

0 231

କଟକ,୩୧/୧୨(ଏସଏସନିୟୁଜ)ଓଡିଶା ପୋଲିସର ନୁତନଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସୁନିଲକୁମାର ବଂସଲ ଶୁକ୍ରବାରଦିନ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟକାର୍ଯ୍ୟାଳୟଠାରେ ପୁର୍ବତନ ଡିଜିପି ଶ୍ରୀ ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁନିଲକୁମାର ବଂସଲ ଆଇପିଏସ ପୋଲିସ ମୁଖ୍ୟାଳୟଠାରେ ପହଁଚିବାପରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କାରଯିବା ସହ ଉପସ୍ଥିତ ଅଧିକାରୀମାନେ ପୁଷ୍ପଗୁଛଦେଇ ସ୍ୱାଗତ ଜଣାଇଥିଲେ ।ଦାୟିତ୍ୱ ଗ୍ରହଣ ପୁର୍ବରୁ ଶହୀଦ ସ୍ମୃତିସ୍ତମ୍ବରେ ମଲ୍ୟାର୍ପଣ କରିଥିଲେ ।ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ଓଡ଼ିଶା ପୋଲିସର ରାଜ୍ୟ ବାହାରେ ବହୁତ ନାଁ ରହିଥିବା କଥା ମୁଁ ଜାଣିଛି ଓ ଶୁଣିଛି । ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆସ୍ଥା ରଖିଛନ୍ତି ତାହା ତୁଲାଇବାକୁ ଚେଷ୍ଟା କରିବି ।ମାଓ ପ୍ରବଣ ଅଞ୍ଚଳରେ ଓଡ଼ିଶା ଅନ୍ୟ ରାଜ୍ୟ ସହ ମିଶି ଅଧିକ କାମ କରିବାସହ ରାଜ୍ୟରେ ଅବାଧ ନିର୍ବାଚନ କିଭଳି ହୋଇପାରିବ ସେ ନେଇ ପୋଲିସ ତାର ଦାଇତ୍ୱ ତୁଲାଇବ ବୋଲି ସାମ୍ବାଦିକମାନଙ୍କୁ ସୁଚନା ଦେଇଛନ୍ତି

Leave A Reply

Your email address will not be published.