ଡିସିପିଙ୍କୁ ଦେବାକୁ ପଡିବ କର୍ମଚାରୀମାନଙ୍କ ତାଲିକା

0 299

ଭୁବନେଶ୍ୱର, ୮/୫(ଏସଏସନିୟୁଜ) ଲକଡାଉନରେ ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ୍ ପୋଲିସ୍ କଟକଣାକୁ ଆହୁରି ବଢ଼ାଇଛି । ଲକଡାଉନରେ ଯାତାୟତ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଅନେକ ଅମାନିଆ କମ୍ପାନି ପରିଚୟପତ୍ର ଦେଖାଇ ବୁଲୁଥିବାବେଳେ ସେମାନଙ୍କ ଠାରୁ ଫାଇନ ଆଦାୟ କରୁଛି ପୋଲିସ । ଏଭଳି ଅମାନିଆଙ୍କୁ ସାବାଡ କରିବାକୁ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯେଉଁ କର୍ମଚାରୀ ମାନଙ୍କୁ ଅଫିସ୍ ଆସିବାକୁ କୁହାଯାଇଛି, ସେହି କର୍ମଚାରୀ ମାନଙ୍କ ତାଲିକା ଡିସିପି ଅଫିସ୍ ରେ ସଂସ୍ଥା ପକ୍ଷରୁ ଦାଖଲ କରିବାକୁ ପଡିବ ବୋଲି  କହିଛନ୍ତି ପୋଲିସ କମିଶନର । ଏହାସହ ସଂସ୍ଥାର ଅଧିକାରୀଙ୍କ ପକ୍ଷରୁ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ଦେବେ । ପରିଚୟପତ୍ର ଓ ଏହି ଲେଟର ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ । ଲକଡାଉନ୍ ରେ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତକରିବା ସହ ପରିଚୟ ପତ୍ରର ଦୁରୁପଯୋଗ କରି ମନଇଚ୍ଛା ବୁଲୁଥିବାରୁ ଏହିଭଳି କଟକଣା କରିଛି କମିସିନେରେଟ ପୋଲିସ ।

Leave A Reply

Your email address will not be published.