ଧରାହେଲେ ୩ଯୁବକ,ଜବତହେଲା ଗୁଳିଭର୍ତ୍ତି ପିସ୍ତଲ

0 260

କଟକ୨୮/୪(ଏସଏସନିୟୁଜ) ଜଗତପୁର ଥାନାପୋଲିସ ମଙ୍ଗଳବାର ଅପରାହ୍ନରେ ବାରବାଡିଆ କେନାଲ ବନ୍ଧରୁ ତିନି ଜଣ ଯୁବକଙ୍କୁ ଗିରଫ କରିବା ସହ , ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ନାଇନ୍ ଏମ୍ ଏମ୍ ପିସ୍ତଲ ଜବତ କରି ଏକ ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଛି ।
ମଙ୍ଗଳବାର ଅପରାହ୍ନରେ ତିନି ଜଣ ଅସାମାଜିକ ଯୁବକ, ବାରବାଡିଆ କେନାଲ ବନ୍ଧ ଉପରେ ପିସ୍ତଲ ଧରି ବୁଲୁଥିବାର କୈାଣସିସୁତ୍ରୁ ଖବରପାଇ ପାଗା ଫାଣ୍ଡି ପୋଲିସ ଜଗତପୁର ଥାନାର ଆଇଆଇସି ରବିନ୍ଦ୍ର କୁମାର ମେହେରଙ୍କୁ ଜଣାଇଥିଲେ ।ପରେ ସଦଳବଳେ ଆଇଆଇସି ଓ ଫାଣ୍ଡିପୋଲିସ ଚଢାଉ କରି ବଦାମବାଡି ଥାନା ଅନ୍ତର୍ଗତ ଖାନନଗର ଅଞ୍ଚଳ ଗୁରୁବାରି ସାହିର ଲୋକେନ ଗୁରୁ ଆଲିଆସ୍ ଚିକୁ (୨୧) , ଜଗତସିଂହପୁର ଥାନା ରାୟଙ୍କପାଟଣା ଗ୍ରାମର ଦିବ୍ୟରଞ୍ଜନ ସେଠୀ ଆଲିଆସ୍ ରାଜା (୨୮) ଓ ରାୟବାରି ଗ୍ରାମର ବିକ୍ରମ ପରିଡ଼ା ଆଲିଆସ୍ ରାଜା (୨୫)କୁ ଗିରଫକରିବା ସହ ଗୋଟିଏ ଗୁଳିଭର୍ତ୍ତି ନାଇନ୍ ଏମ୍ ଏମ୍ ପିସ୍ତଲ ଜବତ କରିଥିଲେ ।

Leave A Reply

Your email address will not be published.