ଆଜିର ଅନୁଚିନ୍ତା

ତାରିଖ - ୨୯:୦୪:୨୦୨୧ (ଗୁରୁବାର)

0 594

➡️ ଗୋଟିଏ ବାସ୍ତବ କଥା,,,ଟଙ୍କା ପାଖରେ ଥିଲେ ସମସ୍ତେ ତୁମକୁ ସମୟ ଦେବେ,,
ଆଉ ଟଙ୍କା ପାଖରେ ନ ଥିଲେ ସମସ୍ତେ ତୁମକୁ ଅବହେଳା କରିବେ ।
➡️ଆଜିର ଦୁନିଆରେ ମିଛ କହୁଥିବା ଲୋକକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସତ କହୁଥିବା ଲୋକଠାରୁ ସମ୍ପର୍କ ଭାଙ୍ଗି ଦୂରେଇ ଯାଆନ୍ତି ।
➡️ ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ !
➡️ମନେରଖ ଯେତେ ପର‌୍ୟ୍ୟନ୍ତ ତୁମେ ଲୋକଙ୍କର କାମରେ ଆସୁଥିବ , ସେତେ ପର‌୍ୟ୍ୟନ୍ତ ସେମାନେ ତୁମକୁ ମନେ ରଖୁଥୁବେ , ତାପରେ ତୁମକୁ ଅଣଦେଖା କରିବେ ; ଯେମିତି ଦୀପ ଜାଳିବା ପରେ ଦିଆସିଲି କାଠି ଅଲୋଡ଼ା ହେଇଯାଏ !!
➡️Profile look କରି friend request ପଠାଇବା, ଖାଇବାକୁ ନିମନ୍ତ୍ରଣ ଦେଇ କବାଟ ବନ୍ଦ କରିବା ବୋଧେ ସମାନ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ!

Leave A Reply

Your email address will not be published.