ଧୋଇନେଲା ମାଟିବନ୍ଧ,ତିଆରି କଲେ ଅସ୍ଥାୟୀପୋଲ

0 195

ରଣପୁର,୧୩/୯(ଏସଏସନିୟୁଜ)ଲଘୁଚାପଜନିତ ଆଜି ଦିନତମାମ ଲଗାଣ ବର୍ଷାରେ ଧୋଇଗଲା ମାଟିବନ୍ଧ ଗ୍ରାମବାସୀମାନେ ନିଜ ଉଦ୍ୟମରେ ଏକ ଅସ୍ଥାୟୀ ପାଲେ ନିର୍ମାଣ କରିଥିବାର ଦେଖିବାକୁ ମିଳିଛି ।ଏହିଭଳି ଘଟଣା ରଣପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବନ୍ଧମୁଣ୍ତା ପଞ୍ଚାୟତରେ ଦେଖିବାକୁମିଳିଛି । ବନ୍ଧମୁଣ୍ତା ପଞ୍ଚାୟତ ଅଧୀନ ରାଆଁଳାସ୍ଥିତ ମା’ ଖିଲାମୁଣ୍ତା ମନ୍ଦିର ରାସ୍ତାରେ ବଡ଼ନଈ ନଦୀ ପ୍ରବାହିତ ହୋଇ ନିକଟସ୍ଥ ଭେଟବର ଡ୍ୟାମ୍ ସହିତ ମିଶିଛି। ବନ୍ଧମୁଣ୍ତା ପଞ୍ଚାୟତ ସମେତ ଜଙ୍ଗଲ ପାଣି ଏହି ବଡ଼ନଈ ଦେଇ ବୋହି ଯାଉଥିବାରୁ ଗତକିଛି ବର୍ଷ ତଳେ ବ୍ଲକପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏକପୋଲ ନିର୍ମାଣ କାର‌୍ୟ୍ୟ ଆରମ୍ଭ ହୋଇ ଅଧାପନ୍ତାରିଆଈାବେ ପଡିରହିଛି । ଯାତାୟାତ ନିମନ୍ତେ ଉକ୍ତ ଅଞ୍ଚଳର ଗ୍ରାମବାସୀ ଏକ ମାଟିବନ୍ଧ ପକାଇଥିଲେ।ଲଗାଣ ବର୍ଷା ଯୋଗୁ ଏହି ମାଟିବନ୍ଧଟି ଧୋଇଯିବାରୁ ବନ୍ଧମୁଣ୍ତା ପଞ୍ଚାୟତ। ତେବେ ଏହି ପଞ୍ଚାୟତ ଅଧୀନ ରାଆଁଳା ଗାଁରେ ନିର୍ମିତ ମାଟିବନ୍ଧ ଲଗାଣ ବର୍ଷାରେ ଧୋଇ ହୋଇଯାଇଥିବା ବେଳେ ଏବେ ରାଆଁଳା ସମେତ ବଡ଼ଚାକୁଣ୍ତାଝର, ଡିମିରିବାଡ଼ି ଆଦି ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ବାହ୍ୟ ଜଗତରୁ ବିଚ୍ଛିନ୍ନ ଗ୍ରାମବାସୀ ଜଙ୍ଗଲରୁ ବାଉଁଶ, କାଠ ସଂଗ୍ରହକରି ନିଜ ଉଦ୍ୟମରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.