ଧୂପକାଠି କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ

0 172

କଟକ,୧୮/୧୦୯ଏସଏସନିୟୁଜ)ରବିବାର ସନ୍ଧ୍ୟାରେ ଜଗତପୁର ଶିଳ୍ପାଞ୍ଚଳରେ ନିକଟରେ ଥିବା ଧୂପକାଠି କମ୍ପାନି ‘ ଏସ୍ ଏସ୍ ଏଣ୍ଟପ୍ରାଇଜର୍ସ’ରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।ରବିବାରଥିବାରୁ କର୍ମଚାରୀମାନେ ଶିଘ୍ରକାମସାରି ଅପରାହ୍ନରେ ଫେରିଯାଇଯାଇଥିବାବେଳେ ସନ୍ଧ୍ୟା୬ଟାସୁଦ୍ଧା ଅଚାନକ ଧୂପକାଠି ପ୍ରସ୍ତୁତ ହେଉଥିବା ପ୍ରକୋଷ୍ଠରେ ନିଆଁ ଲାଗି ସମଗ୍ର କାରଖାନାକୁ ବ୍ୟାପି ଯାଇଥିଲା। କମ୍ପାନୀରେ ମହଜୁଦ ଥିବା କଞ୍ଚାମାଲ, ବ୍ୟବହାର ହେଉଥିବା କେମିକାଲ, ଯନ୍ତ୍ରାଂଶ ସହିତ କାର୍ଯ୍ୟାଳୟର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବାର ଜଣାଯାଇଛି। ନିଆଁର ପ୍ରକୋପ ଅଧିକ ଥିବାରୁ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅସିବାପାଇଁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସମୟ ଲାଗିଯାଇଥିଲା ।

Leave A Reply

Your email address will not be published.