ହଟହଟା ହେଲେ ଯୁବରାଜ

ଆଜିର ଖବର,ତାରିଖ–୧୮-୧୦-୨୦୨୧(ସୋମବାର)

0 272

୧. ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଇରାଲ୍ ପୋଷ୍ଟରକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି ।
୨. ଜାମ୍ମୁ-କାଶ୍ମୀର: ୭୬ ଦିନ ପରେ ମିଳିଲା ଦ୍ଵିତୀୟ ପାଇଲଟ୍‌ଙ୍କ ମୃତଦେହ, ଅଗଷ୍ଟରେ ହୋଇଥିଲା ହେଲିକପ୍ଟର ଦୁର୍ଘଟଣା ।୩. ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ।
୪. ଅଣ କାଶ୍ମୀରିଙ୍କ ପାଇଁ ଜାରି ହେଲା ଗାଇଡଲାଇନ ।
୫. ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି । ଏପରି କି ୧୭ ଓ ୧୯ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
୬. ଅନୁସୂଚିତ ଜାତି ଉପରେ ଅପମାନଜନକ ଟିପ୍ପଣି ଦେଇ ହଟହଟା ହୋଇଛନ୍ତି ଭାରତକୁ ଦୁଇ ଦୁଇ ଥର ବିଶ୍ୱକପ୍‌ ଜିତାଇଥିବା ଯୁବରାଜ ସିଂ । ଏହି ମାମଲାରେ ହିସାର ପୋଲିସ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ହିରୋ ଯୁବିଙ୍କୁ ଗିରଫ କରିଛି ।
୭. ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ ବୋଲି କୁହାଯାଇଛି । ଜାତୀୟ ରାଜଧାନୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଫଳରେ ଲିଟର ପିଛା ପେଟ୍ରୋଲ ଦର ୧୦୫.୪୯ ଟଙ୍କା ଓ ଡିଜେଲ ଦର ୯୪.୨୨ ଟଙ୍କାରେ ପହଞ୍ଚିଛି ।
୮. ଋଷରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ପ୍ରାଣ ହରାଇଲେ ପ୍ରାୟ ଏକ ହଜାର ଲୋକ ।
୯. ଆଉ କନ୍ଦେଇବନି ପିଆଜ! ଆୟତ୍ତ ହେବ ଆଳୁ ଓ ଟମାଟର ଦର, ଆକ୍ସନ ମୋଡରେ ସରକାର ।
୧୦. ବିଧାୟକଙ୍କ ପାଇଁ ଏମଏଲଏ କଲୋନୀରେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହେବ: ଟଙ୍କା ଅଭାବରୁ ଆଗେଇ ପାରୁନି ପ୍ରକଳ୍ପ କାର୍ଯ୍ୟ ।
୧୧. କେରଳରେ ବର୍ଷା ବିତ୍ପାତ : ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ।
୧୨. ଏମ୍ସ ଛାତ୍ରୀଛାତ୍ରୀଙ୍କ ଅଶ୍ଳୀଳ ରାମାୟଣକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା ।
୧୩. ଏକାଦଶ ଶ୍ରେଣୀ ପାଇଁ ଆସିଲା ଗାଇଡଲାଇନ୍‌: ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ ରୁମକୁ ପ୍ରବେଶ କରିବେ ।
୧୪. ଭୁବନେଶ୍ୱରରୁ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଏହା ସହ ଆଜି ଭୁବନେଶ୍ୱରରୁ ୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୧୫. ଇ-ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା ।
୧୬. ପୁରୀ:ଆଉ ରହିବନି ପାୱାରକଟ୍‌ ଭୟ, ୨୪ ଘଣ୍ଟା ମଳିବ ବିଦ୍ୟୁତ୍‌ ସେବା ।
୧୭. ଭାରତୀୟ ନୌସେନା ଓ ଓଡ଼ିଶା ଭେଟେରାନ୍ସ କ୍ଲବର ମିଳିତ ଉଦ୍ୟମରେ ପ୍ରାଚୀ ନଦୀରେ ନୌଯାତ୍ରା ଆୟୋଜନ ।
୧୮. କଟକ ଜଗତପୁର ସ୍ଥତି ଏକ ଅଗରବତୀ କାରଖାନାରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
୧୯. ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୦୮ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ । ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ସର୍ବାଧିକ ୨୪୧ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୨୫୦ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୦. ତୈଳ ଦରରେ କ୍ରମାଗତ ବୃଦ୍ଧି ଫଳରେ ରାଜ୍ୟ ସରକାର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତରଫରୁ ସୂଚନା ଅନୁଯାୟୀ ସାଧାରଣ ବସ୍‌ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସା ବଢିଛି । ସେହିପରି ଡିଲକ୍ସ ବସ୍‌ କିଲୋମିଟର ପ୍ରତି ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି ।
୨୧. ଇଣ୍ଟିଗ୍ରେଟେଡ୍‌ ବିଇଡି-ଏମ୍ଇଡି ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ଫିଟିଲା, ଏଣିକି ଶିକ୍ଷକତା ପାଇଁ ଆବେଦନ କରିପାରିବେ ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING,ଜୀବନରେ କେବେବି କାହାକୁ…ଅଦରକାରୀ ଭାବିବା ଉଚିତ ନୁହଁ..” କାହିଁକିନା “ଭଗବାନ୍ କାହାକୁବି ବିନା କାରଣରେ…କେବେବି ସଂସାରକୁ ପଠାନ୍ତିନି…

Leave A Reply

Your email address will not be published.