ଦିବ୍ୟଦିଗନ୍ତ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 160

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ) ଆମର ଜ୍ଞାନେନ୍ଦ୍ରିୟ ମଧ୍ୟରେ ଜିହ୍ୱା ସତ୍ୟ ଓ ମଧୁର କଥା କହି ଥାଏ। ସତ୍ୟବାଦୀ ଓ ମଧୁର ଭାଷୀ ବ୍ୟକ୍ତି ମେହେନତ କରି ଯାହା ଉପାର୍ଜିତ କରନ୍ତି ସେଥିରେ ସାତ୍ତ୍ୱିକ ଭୋଜନ କରିଥାଆନ୍ତି। ସାତ୍ତ୍ୱିକ ଭୋଜନ କରୁଥିବା ବ୍ୟକ୍ତିର ହୃଦୟ ସ୍ନେହ, ଭୂବନେଶ୍ବର ମମତା, ପ୍ରେମ, କରୁଣା, ସହାନୁଭୂତି, ପରୋପକାର ଆଦି ଦେବୋତ୍ତମ ଗୁଣା ବଳିରେ ପରିପୂର୍ଣ୍ଣ ହୋଇଥାଏ। ଏହାର ବିପରୀତଧର୍ମୀ କାହାରି କାହାରି ଜିହ୍ୱା ଅସତ୍ୟ ଓ କଟୁବଚନ କହିବାରେ ଅଭ୍ୟସ୍ତ ହୋଇଯାଏ। ଖାଦ୍ୟ, ଅଖାଦ୍ୟ ପ୍ରତି ଧ୍ୟାନ ନଦେଇ ନିଜ ରୁଚି ଅନୁଯାୟୀ ଯାହା ଅହିତକର ଓ ନିଷିଦ୍ଧ ଖାଦ୍ୟ ଗ୍ରହଣ କରିଥାଏ। ଏହିପରି ଖାଦ୍ୟ ଗ୍ରହଣ କରୁଥିବା ମଣିଷ ନିର୍ଦ୍ଦୟ ସ୍ୱଭାବର ହେବା ସ୍ବାଭାବିକ। ଏଣୁ ଆମେ ସାତ୍ତ୍ୱିକ ଭୋଜନ କରି ଦେବୋପମ ଗୁଣା ବଳୀରେ ପରିପୂର୍ଣ୍ଣ ନହେବା କାହିଁକି ? ଶାସ୍ତ୍ରରେ ଅଛି – ” ଜୈସେ ଖାଏ ଅନ୍ନ, ଐସେ ହୋଏ ମନ”।
ଆଜି ଦିବ୍ୟ ଦିଗନ୍ତ ସାମାଜିକ ଅନୁଷ୍ଠାନ ପକ୍ଷରୁ ଯୁନିଟ ନାଇନର ପାର୍କ ଭୂବନେଶ୍ବର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । ଦିବ୍ୟ ଦିଗନ୍ତ ପରିବାରର ଟ୍ରଷ୍ଟି ଶ୍ରୀ ଜୟ ପ୍ରକାଶ ମିଶ୍ର , ଶ୍ରୀମତୀ ମମତା ବିଶ୍ଵାଳ, ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଓ ସଭ୍ୟା ଶ୍ରୀମତୀ ରୁବି ସାହୁ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ , ଶ୍ରୀ ସୁନାରାମ ସିଂ, ଶ୍ରୀମତୀ ମମତା ରାନୀ ସିଂ , ସୁଶ୍ରୀ ସୃଂତିରେଖା ସିଂ, ଶ୍ରୀମତୀ କୃଷ୍ଣପ୍ରିୟା ସାହୁ ,ଶ୍ରୀ ଉପେନ୍ଦ୍ର ପାଢୀ, ଶ୍ରୀ ପ୍ରମୋଦ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରାୟତଃ କୋଡିଏ ପ୍ରକାରର ବିଭିନ୍ନ ପ୍ରକାର ଫୁଲ ଗଛ ଓ ବଉଳ ଗଛ ରୋପଣ କରିଥିଲେ ।

Leave A Reply

Your email address will not be published.