ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର

ଖବର ଆଜିର,ତାରିଖ ୦୧-୦୫-୨୦୨୧/ ଶନିବାର

0 278

୧-କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ଟିକାର ଭିନ୍ନ ଭିନ୍ନ ଦାମ ନେଇ ମାଗିଲେ ଜବାବ ।
୨-ସୋସିଆଲ ମିଡିଆରେ ଅମ୍ଳଜାନ, ଶଯ୍ୟା, ଔଷଧ ପାଇଁ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ନାହିଁ କାର୍ଯ୍ୟାନୁଷ୍ଠାନ: : ସୁପ୍ରିମକୋର୍ଟ ।
୩-ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍ ।
୪-ରୟାଲ୍ ଉପରେ କିଙ୍ଗସ୍‌ର ବିଜୟ, ୩୪ ରନ୍‌ରେ ଆରସିବିକୁ ମାତ୍ ଦେଲା ପଞ୍ଜାବ ।
୫-ଦିନ ୨ଟାରୁ ବନ୍ଦ ରହିବ ଦୋକାନ ବଜାର : ରାଜ୍ୟ ବ୍ୟବସାୟୀ ମହାସଂଘ
୬-କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି ମୃତ୍ୟୁବରଣ ।
୭-କରୋନା ନେଇଗଲା ୩ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ । ଆଜତକର ବରିଷ୍ଠ ସାମ୍ବାଦିକ ରୋହିତ ସରଦନା, ପୂର୍ବତନ ଆଟରନି ଜେନେରାଲ ସୋଲି ସୋରାବଜି ଓ ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହଙ୍କ ଦେହାନ୍ତ ।
୮-ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ । ମେ ଓ ଜୁନ ମାସରେ ଅତିରିକ୍ତ ଚାଉଳ ଯୋଗାଇବାକୁ ଘୋଷଣା ।
୯-କୋଭିଡ ଲହର ବୃଦ୍ଧି ସତ୍ତ୍ଵେ କୃଷକ ଧାରଣା ସ୍ଥାନ ଛାଡ଼ିବେ ନାହିଁ ; ଟିକାୟତ .
୧୦-କେନ୍ଦ୍ର ସରକାରଙ୍କୁ ପୁଣି ଚିଠି ଲେଖିଲେ ରାଜ୍ୟ ସରକାର । କୋଭିସିଲ୍ଡ ଟିକାର ୨୫ ଲକ୍ଷ ଡୋଜ୍ ଏକାଥରକେ ଯୋଗାଇବାକୁ ଦାବି କଲା ଓଡିଶା ।
୧୧-ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲା ଭାରତ
୧୨-ଆଜି ଭାରତରେ ପହଞ୍ଚିବ ସ୍ଫୁଟନିକ୍ ଭି ଟିକା ।
୧୩-୧୮-୪୪ ବର୍ଷୀୟ ବ୍ୟକ୍ତି ନେଇପାରିବେ ନିଜ ପସନ୍ଦର ଟିକା, କୋଓ୍ବିନ୍ ଆପ୍ ମୁଖ୍ୟ ଦେଲେ ସୂଚନା ।
୧୪-ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଛତିଶଗଡ଼ରେ କରୋନା ମୃତ୍ୟୁ ୫୦ ପ୍ରତିଶତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
୧୫-ରାଜ୍ୟରେ ଅକ୍ସିଜେନ, ରେମଡେସଭିର ଇଂଜେକ୍ସନର ଅଭାବ ନାହିଁ :  ସ୍ବାସ୍ଥ୍ୟ ସଚିବ ।
୧୬-ରାଜ୍ୟରେ ମେ’ ୧ ଓ ୨ରେ ବନ୍ଦ ରହିବ କରୋନା ଟିକାକରଣ, ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ଟିକା ।
୧୭-ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର: ଟିକା ପହଞ୍ଚିଲେ ଆରମ୍ଭ ହେବ ଟିକାକରଣ ।
୧୮-‘ଶୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କର କରୋନା ଯୋଗୁ ଦେହାନ୍ତ ।
୧୯-ଷ୍ଟକ୍ ମାର୍କେଟରେ ବଡ଼ ହ୍ରାସ! ୯୮୩ ପଏଣ୍ଟ ତଳକୁ ଖସିଲା ସେନସେକ୍ସ ।
୨୦-ମହାମାରୀରେ ଔଷଧ ମାଫିଆ ସକ୍ରିୟ । ଉତରାଖଣ୍ଡରେ ନକଲି ରେମଡ଼ିସିଭିର କାରଖାନା ଉପରେ ଦିଲ୍ଳୀ କ୍ରାଇମବ୍ରାଂଚର ଚଢାଉ ।
୨୧-ଭାରତରେ ମହାମାରୀ ଯୋଗୁ କର୍ମସଂସ୍ଥାନକୁ ନେଇ ଚିନ୍ତିତ ୯୫% କର୍ମଜୀବି: ରିପୋର୍ଟ ।
୨୨-ମୋଦିଙ୍କୁ ଜିନପିଙ୍ଗଙ୍କ ପତ୍ର ପରେ କରୋନା ପରିସ୍ଥିତି ନେଇ ଜୟଶଙ୍କରଙ୍କ ସହ ଟେଲିଫୋନରେ କଥା ହେଲେ ଚୀନ୍ ବୈଦେଶିକ ମନ୍ତ୍ରୀ
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.