ରେକର୍ଡ ଭାଙ୍ଗିଲା କରୋନା , ୨୪ ଘଣ୍ଟାରେ ୧୦ ହଜାର ପାର

0 296

ଭୁବନେଶ୍ୱର,୧/୫(ଏସଏସନିୟୁଜ) ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟିକରୁଥିବା କରୋନା ପୁଣି ରେକର୍ଡ ଭାଙ୍ଗିଛି । ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ କୋରନାର ରେକର୍ଡ ପରିସଂଖ୍ୟାନରୁ ୧୦ ହଜାର ପାର ହୋଇ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦୪୧୩ ସଂକ୍ରମିତ ଚିହ୍ନଟ ହୋଇଛି । ଏହାସହ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।ଏହିନୁଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ , ସୁନ୍ଦରଗଡ଼ରୁ ୧୧୦. କଟକରୁ ୮୨୮, ପୁରୀରୁ ୫୩୩ ଓ ବରଗଡ଼ରୁ ୫୧୧, ଝାରସୁଗୁଡ଼ାରୁ ୪୪୨ , ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଷ୍ଟେଟ୍ ପୁଲରୁ ୩୬୦, ଯାଜପୁରରୁ ୩୩୨ ,ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ବାଲେଶ୍ୱରରୁ ୧୨୪, ଦେବଗଡ଼ରୁ ୧୦୩, ବୌଦ୍ଧରୁ ୮୭, କେନ୍ଦ୍ରାପଡ଼ାରୁ ୭୭, କୋରାପୁଟରୁ ୬୮, କନ୍ଧମାଳରୁ ୫୫, ମାଲକାନଗିରିରୁ ୫୪ ଓ ଢେଙ୍କାନାଳରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣତାଲିକାରେ ଖୋର୍ଦ୍ଧା ଜିଲ୍ଲା ସବୁଠାରୁ ଆଗରେ ରହିଥିବାବେଳେ ତାପଛକୁ ସୁନ୍ଦରଗଡ଼,କଟକ ଜିଲ୍ଲାରେ ୩ ଅଙ୍କ ଉପରେ ସଂକ୍ରମଣ ଓ ୫୦ ଉପରେ ୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ସେହିପରି ଆଜି ୧୧ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

 

Leave A Reply

Your email address will not be published.