ରାଜଧାନୀରେ ସୋମବାରଠାରୁ ସାବାଳକ ଟିକାକରଣ

0 219

ଈୁବନେଶ୍ୱର,୧/୫(ଏସଏସନିୟୁଜ) ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କ ଟିକାକରଣ । ଏଥିପାଇଁ ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକେନ୍ଦ୍ରକୁ ଲୋକମାନେ ଯାଇ ଟିକା ନେଇପାରିବେ । ୧୮ ରୁ ୪୪ ବର୍ଷ ମଧ୍ୟରେ ଯେଉଁ ମାନେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ଟିକା ଦିଆଯିବ ନାହିଁ ବୋଲି ପ୍ରେସମିଟ୍ ଚେତାଇ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ । ଟିକାକରଣ କେନ୍ଦ୍ରରେ ପଞ୍ଜିକରଣ ହୋଇପାରିବ ନାହିଁ । ଟିକା ନେବା ପାଇଁ କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ କରି ସାରିବା ପରେ ସେମାନଙ୍କୁ ଯେଉଁ ସ୍ଥାନରେ ସ୍ଲଟ୍ ଦିଆଯିବ ସେମାନେ ସେହି ସ୍ଥାନକୁ ଯାଇ ଟିକା ନେବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର ।

Leave A Reply

Your email address will not be published.