ସିଂହକୁ କରେନା

0 267

ଭୁବନେଶ୍ୱର,୧/୫(ସତ୍ୟସନ୍ଧାନଡେସ୍କ)ମଣିଷ ପରେ ଏବେ ସିଂହକୁ ହୋଇଛି କରୋନା । କରୋନା ସଂକ୍ରମଣରେ ଏସୀୟ ସିଂହ ପ୍ରାଣ ହରାଉ ଥିବା ନେଇ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପଶୁମାନଙ୍କ ମଧ୍ୟରେ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକମାନଙ୍କପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରଣାଳୟ ସମସ୍ତ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି। ଜାତୀୟ ଉଦ୍ୟାନ. ଅଭୟାରଣ୍ୟ ତଥା ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳରେ ପଶୁମାନଙ୍କ ମଧ୍ୟରେ ମାରାତ୍ମକ ସଂକ୍ରାମକ ଜୀବାଣୁ ବିସ୍ତାର ହେବାର ସମ୍ଭାବନା ଏବଂ ମନୁଷ୍ୟଠାରୁ ପଶୁମାନଙ୍କୁ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଥିବାର ଉଲ୍ଲେଖ କରାଯାଇଛି।ଏହି ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ଓ ପଶୁମାନଙ୍କର ଜରୁରୀକାଳୀନ ଚିକିତ୍ସା ତଥା ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ନିରାପଦ ମୁକ୍ତ କରିବା ପାଇଁ ଅତ୍ୟାବଶ୍ୟକ ସେବା ସ୍ଥାପନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.