ଭଦ୍ରକ,୩୦।୭(ଏସଏସନିଉଜ)ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଫଳରେ ବହୁ ଲୋକ ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବାର ଜଣାଯାଇଛି।ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି।
