ନନ୍ଦନକାନନ ପାଳିଲା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଭୁବନେଶ୍ୱର,୨୯।୭(ଏସଏସନିଉ ଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ରେ ମଙ୍ଗଳବାରଦିନ ଅନ୍ତର୍ଜାତୀୟ ବ୍ୟାଘ୍ରଦିବସ ପାଳନ କରାଯାଇଛି।ପ୍ରତିବର୍ଷ ଜୁଲାଇମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ରଦିବସ ପାଳନ କରାଯାଏ। ବାଘମାନଙ୍କ ସଂରକ୍ଷଣ ଏବଂ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି। ନନ୍ଦନକାନନ ବାଘମାନଙ୍କ ପ୍ରଜନନରେ ଏକ ମାଇଲ ଖୁଣ୍ଟ ହାସିଲ କରିଛି। ଧଳାବାଘ, ମହାବଳବାଘ ଏବଂ ମେଲାନିଷ୍ଟିକ ବା କଳାଲୋମଯୁକ୍ତ ବାଘ ପାଇଁ ନନ୍ଦନକାନନ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଚିଡ଼ିଆଖାନାରେ ୩୬୦ରୁ ଉର୍ଦ୍ଧ୍ବ ବାଘ ଜନ୍ମ ନେଇ ସାରିଛନ୍ତି। ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୯ ରହିଛି। ସେଥିମଧ୍ୟରୁ ୬ଟି ଧଳାବାଘ (୪ଅଣ୍ଡିରା,୨ମାଈ) ୪ କଳାବାଘ (୩ଅଣ୍ଡିରା,୧ ମାଈ) ୧୯ଟି ସାଧାରଣ (୧୧ଅଣ୍ଡିରା, ୮ମାଈ) ବାଘ ଅଛନ୍ତି। ଆଜିର ଏହି ଦିବସରେ ବାଘମାନଙ୍କ ଖୁଆଡରେ ରହି ସେମାନଙ୍କ ଯତ୍ନ ନେଉଥିବା କେୟାରଟେକର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଆଖପାଖ ବିଦ୍ୟାଳୟରୁ ଆସିଥିବା କୁନିକୁନି ପିଲାଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସେମାନଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା।ପରେ ସ୍ଳୋଗାନ ସହ ଦସ୍ତଖତ ଅଭିଯାନ ଓ ସ୍ୱେଚ୍ଛାସେବୀ ଓ ଶିକ୍ଷା ବିଭାଗର ପିଲାମାନଙ୍କୁ ନେଇ ଏକ ସଚେତନ ତା ନାଟକ ପର୍ଯ୍ୟଟକମାନଙ୍କ ପାଇଁ ପରିବେଷଣ କରାଯାଇଥିଲା।ପର୍ଯ୍ୟଟନ ପରିଚାଳନା ଏସିଏଫ ମନୋସ୍ମିତା ମହାରଣା,ଜନ୍ତୁ ପରିଚାଳନା ବିଭାଗ ଏସିଏଫ ଡ.ରୁଦ୍ରପ୍ରସାଦ ରଥ,ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏସିଏଫ କ୍ଷୀରାବ୍ଧି ପ୍ରଧାନ,
ଜନ୍ତୁବିଭାଗ ରେଞ୍ଜର ନୂତନ ହେମ୍ବ୍ରମ,ସୁରକ୍ଷା ଓ ନିରାପତ୍ତା ବିଭାଗ ରେଞ୍ଜର ଭଗବାନ ବିଶୋଇ,
ଶିକ୍ଷାଧିକାରୀ ମିଲନ କୁମାର ପଣ୍ଡା,ଭେଟନାରୀ ଅଫିସର
ପ୍ରମୁଖ ଉପସ୍ଥିତ ଥିଲେ।
(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.