କାନ୍ଦ ବୋବାଳିରେ ଫାଟିଲା ବିଦ୍ୟାଳୟ

କଟକ,୨୯।୭(ଏସଏସନିଉଜ) ସାନମୁଣ୍ଡଳୀ ସ୍କୁଲର ଦୁଇଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶ ସୋମବାର ଅପରାହ୍ନରେ ଜଣାପଡିବା ପରେ ମଙ୍ଗଳବାର ସକାଳୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପିଲାମାନେ ଏହି ବଦଳି ଆଦେଶକୁ ବାତିଲ କରିବା ପାଇଁ ସ୍କୁଲ ସାମ୍ନାରେ ଧାରଣରେ ବସିଥିଲେ।ପରେ ଖବର ପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପିଲାମାନେ ଶୋକାକୁଳ ପରିବେଶ ଭିତରେ କାନ୍ଦିକାନ୍ଦି ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦାୟ ଦେଇଥିଲେ।
ପ୍ରକାଶଯେ, ସାନମୁଣ୍ଡଳୀ ସ୍କୁଲର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ରଙ୍କର ନରାଜ ଓ ଶିକ୍ଷକ ପ୍ରଣବ ବେହେରାଙ୍କର ଗୋଡିସାହି ସ୍କୁଲକୁ ବଦଳି ହେବାର ନିର୍ଦ୍ଦେଶନାମା ସୋମବାର ଅପରାହ୍ନରେ ଜଣାପଡିଥିଲା।ଏହି ଖବର ପିଲାମାନେ ମଙ୍ଗଳବାର ଜାଣିବା ବିଦ୍ୟାଳୟ ଖୋଲୁଖୋଲୁ ଉଭୟ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଭେଟି ବିଦ୍ୟାଳୟରେ ରହିବା ପାଇଁ ଜିଦ୍

ଧରିଥିଲେ।କିନ୍ତୁ ସରକାରୀ ନିର୍ଦ୍ଦେଶ ଯୋଗୁ ତାଙ୍କୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ପଡିବ ବୋଲି ବୁଝାଇବା ପରେ ପିଲାମାନେ ବୁଝିବାକୁ ନାରାଜ ହୋଇଥିଲେ। ଏପରିକି ବିଦ୍ୟାଳୟ ଆଗରେ ବସି ବଦଳି ବାତିଲ ଦାବୀ କରି ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ।ପରେ ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୈାମ୍ୟଶ୍ରୀ ଆଶୁତୋଷ ପାଣି ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୂଝା କରିବା ପରେ ପିଲାମାନେ ଉଠିବା ସହ କାନ୍ଦିକାନ୍ଦି ବିଦାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ରୁ ବିଦାୟ ଦେଇଥିଲେ।ସରକାରୀ ସ୍କୁଲରେ ଶିକ୍ଷୟତ୍ରୀ ଓ ପିଲାମାନଙ୍କ ମଧ୍ୟରେ ଥିବା ଏଭଳି ଭଲପାଇବାକୁ ନେଇ ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.