ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍

0 660

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ନିଉଜ୍) ଏବେବି ଲୋକ ଅଛନ୍ତି ଟିକିଏ ବିଦ୍ୟୁତ ଆଲୋକ ସେମାନଙ୍କ ପାଇଁ ପାଲଟିଛି ସାତସପନ । ସର୍ବନିମ୍ନ ସୁବିଧା ବିଦ୍ୟୁତ ସେବାରୁ ବଂଚିତ ବହୁ ପରିବାର ରହିଛନ୍ତି । ବହୁତ ଗ୍ରାମ ଏପରି ରହିଛି ଯେଉଠି ବିଦ୍ୟୁତ ସଂଯୋଗ ଅଦ୍ୟାବଧି ହୋଇପାରିନାହିଁ । କେଉଁଠି ବିଦ୍ୟୁତ ଖୁଂଟ ପଡିଛି ତ କେଉଁଠି ଭିତିଭୂମିର ଅଭାବ ରହିଛି । କିନ୍ତୁ ଏଭଳି ଜାଗା ରହିଛି ଯେଉଁଠିକି ବିଦ୍ୟୁତର ଅପଚୟ ଚାଲିଛି । କାହାର ନଜର ମଧ୍ୟ ନାହିଁ । ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ ।ଏହିଭଳି ଦୃଶ୍ୟ ନନ୍ଦନକାନନ ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଛି ।

ନନ୍ଦନବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ଆଲୋକିକରଣ ପାଇଁ ସେ ସମୟର ବିଧାୟକ ପ୍ରିୟଦର୍ଶୀମିଶ୍ର ଉଦ୍ୟମ କରିଥିଲେ ।ଏହାଦ୍ୱାର ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହ ରଘୁନାଥପୁର ଗ୍ରାମପଚାଂୟତବାସୀ ଉପକୃତ ହୋଇପାରିବାର ପରିକଳ୍ପନା କରାଯାଇଥିଲା । ବିଡିଏ ଓ ନନ୍ଦନକାନନର ସହଭାଗିତାରେ ଏହି ଆଲୋକିକରଣ କାର୍ଯ୍ୟ ପୁର୍ଣାଙ୍ଗ ହୋଇଥିଲା । ୧୭ନଭେମ୍ବର୨୦୧୮ରେ ସେ ସମୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରାସ୍ତା ଆଲୋକିକରଣର ଶୁଭ ଉଦଘାଟନ କରିଥିଲେ । କିନ୍ତୁ ଏଠାରେ ଦିନରାତି ଜଳୁଛି ଷ୍ଟ୍ରିଟ୍ ଲାଇଟ । ହେଉଥିବା ବିଦ୍ୟୁତ ଅପଚୟ ପାଇଁ କାହାର ଟିକେ ହେଲେ ଚିନ୍ତା ନାହିଁ । ଅନାବଶ୍ୟକ ଭାବେ ଦିନରେ ଆଲୋକ ଦେଖାଇବାର ଯୋଜନା ନନ୍ଦନକାନନ ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ବିସ୍ମିତ କରିଛି ।

Leave A Reply

Your email address will not be published.