କେମିତି ହେଲା ବ୍ୟୋମାସୁର ବଦ୍ଧ

0 351

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ମଥୁରାରାଜା କଂସର ଗୁପ୍ତଚର ଥିଲେ ବ୍ୟୋମାସୁର । ବ୍ରଜମଣ୍ଡଳର ଦ୍ୱାଦଶବନ ମଧ୍ୟରୁ ଚତୁର୍ଥବନ ଅର୍ନ୍ତଗତ ଏକ ପାହଡ ମଧ୍ୟବର୍ତି ଇଲାକାରେ ଗୁମ୍ଫାଟିଏ ରହିଛି । ଏହା ବ୍ୟୋମାସୁର ଗୁମ୍ଫା ନାମରେ ପରିଚିତ ।
ଥରେ ଭଗବାନ କୃଷ୍ଣ ନିଜ ସଖାମାନଙ୍କ ସହ ଗାଇ ଚରାଉଥିଲେ । ଚାରିପାଖରେ ସବୁଜ ଘାସବୁଦା ରହିଥିଲା । ଗାଇମାନେ ସେଠାରେ ଆନନ୍ଦରେ ଚରୁଥିଲେ । ଶ୍ରୀକୃଷ୍ଣ ନିଶ୍ଚିତହୋଇ ସଖାଙ୍କ ସହିତ ମେଷଚୋରୀ ଲୀଳାଖେଳିବାକୁ ଆରମ୍ଭ କଲେ । କେତେଜଣ ସଖା ମେଣ୍ଢା ହୋଇଥାନ୍ତି ,ଆଉକେତେଜଣ ପାଳକ । କିଛି ସଖା ଚୋର ହୋଇ ମେଣ୍ଢା ଚୋରୀକରିବାର କ୍ରିଡାକୈ।ଶଳ ଆରମ୍ଭ କରିଦେଲେ । କୃଷ୍ଣ ବିଚାରକ ହୋଇଥାନ୍ତି । ମେଷପାଳକମାନେ ବିଚାରକଙ୍କ ପାଖରେ ମେଣ୍ଢାଚୋରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ କଲେ । ଶ୍ରୀକୃଷ୍ଣ ଦୁଇପକ୍ଷଙ୍କୁ ଡାକି ବିଚାରକରିବାକୁ ଆରମ୍ଭ କଲେ । ଏହାପରେ ଗୋପବାଳକମାନେ କ୍ରିଡାପ୍ରତି ଆସକ୍ତ ହୋଇଗଲେ ।ଏହି ସମୟରେ ବ୍ୟୋମାସୁର ନାମକ କଂସର ଗୁପ୍ତଚର ଶ୍ରୀକୃଷ୍ଣକୁ  ମାରିବା ଲାଗି ସଖାଙ୍କ ଭଳି ବେଶ ଧାରଣକରି ସଖାମଣ୍ଡଳୀରେ ପ୍ରବେଶ କଲା । ସେ ମେଣ୍ଢାଚୋର ସାଜିଲା ଏବଂ ମେଣ୍ଢାସାଜିଥିବା ସଖାଙ୍କୁ କ୍ରମଶ ଆଣି ନିଜ ଗୁମ୍ଫାରେ ଲୁଚାଇଦେଲା ।

କିଛିସମୟପରେ ଶ୍ରୀକୃଷ୍ଣ ଦେଖିଲେଯେ, ସଖାମାନେ ଗଲେ କୁଆଡେ? ସେ ବ୍ୟୋମାସୁରକୁ ଚିହ୍ନିପାରିବା ସହ କରାଯାଇଥିବା ଚକ୍ରାନ୍ତ ବିଷୟରେ ଜାଣିପାରିଲେ । ଏହାପରେ ସେ ବ୍ୟୋମାସୁରକୁ ଜାବୁଡିଧରି ବଧ କରିଥିଲେ । ତାପରେ ସେ ଗୁମ୍ଫା ଭିତରୁ ସଖାମାନଙ୍କୁ ବାହାର କରିଥିଲେ ।

Leave A Reply

Your email address will not be published.