ଦିନଦ୍ଵିପ୍ରହରରେ ବୁଲିଲାଖଣ୍ଡା

0 77

ବାଲେଶ୍ଵର,୧୦ା୯(ଏସଏସନିଉଜ)ସୋରଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦିନଦିହିପହରରେ ବୁଲୁଛିଖଣ୍ଡା । ମଦମାଫିଆମାନେ ଗୋଡ଼ାଇଗୋଡ଼ାଇ ଖଣ୍ଡାରେ ଦେଶୀ ମଦ ବେପାରୀଙ୍କୁ ହାଣିଛନ୍ତି ।ଫଳରେ ୨ଜଣ ଗୁରୁତରଆହତ ହୋଇ ଚିକିସ୍‌ାପାଇଁ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେଠାରେ ଅବସ୍ଥା ସଙ୍କଟାପର୍ଣହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖଣ୍ଡାସାହି ଗ୍ରାମର ଗଣେଶ ସିଂ ଦେଶୀ ମଦକାଉଣ୍ଟର ଆଗରେ ଛିଡା ହୋଇଥିବାବେଳେ ପୁରୁଣାବଜାରର ଦୁଇଜଣ ମଦମାଫିଆ ଆସି ଅତର୍କିତ ଭାବେ ମୁଣ୍ଡକୁ ହାଣି ଦେଇଥିଲେ ।ଫଳରେ ଗଣେଶଙ୍କ କାନ ସମ୍ପୂର୍ଣ୍ଣ କଟି ଯାଇ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ପାଖରେ ଛିଡା ହୋଇଥିବା ଅନ୍ୟ ଯୁବକର ମଧ୍ୟ ହାତ କଟିଯାଇଥିଲା । ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 

 

Leave A Reply

Your email address will not be published.