ଡାଇନିଂରେ ବସି ପାଚିଲା ଆମ୍ବ ଖାଇ କଳାକନା ବୁଲାଇଲେ

0 224

ଭୁବନେଶ୍ୱର,୨୯/୭(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର ।କେହିନଥିବାର ସୁଯୋଗରେ ଘରେ ପଶିଲେ । ଘର ଭିତରେ ,ଡାଇନିଂ ରେ ବସି ରହିଥିବା ପାଚିଲା ଆମ୍ବ ଖାଇଲେ । ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର କାଢି ତାକୁ ପରଖୀ ସୁନା , ରୂପ ଓ ଟଙ୍କା ନେଇଥିବା ବେଳେ ଇମିଟେସନ ଜିନିଷକୁ ଛାଡିଦେଲେ ।ଏହିଭଳି ଘଟଣା ଚୌଦ୍ଵାର ଥାନା ଅନ୍ତର୍ଗତ କପଳେଶ୍ୱର ନୂଆସାହି ରେ ଘଟିଛି ।
କପଳେଶ୍ୱର ନୂଆସାହି ରେ ଗୁରୁବାର ଦିନ ଏକ ବଡ଼ ଧରଣର ଲୁଟ ହୋଇଛି । ନୂଆସାହି ଶିବାନି ମନ୍ଦିର ନିକଟରେ ରହୁଥିବା ମନୋଜ କୁମାର ବରାଳ ଗତକାଲି ତାଙ୍କ ମାଙ୍କ ଶ୍ରାଦ୍ଧ କାର୍ୟ୍ୟ ପାଇଁ ସପରିବାର ଗ୍ରାମକୁ ଯାଇଥିଲେ । ଆଜି ସକାଳୁ ଘରକୁ ଆସି ଦେଖିଲେ ଘରର ଦୁଇ ମୁଖ୍ୟଦ୍ୱାରର କବାଟ ଖୋଲା ସହ ଘରର କବାଟ ଗୁଡିକ ଖୋଲା ରହିଛି । ଘର ଭିତରେ ଥିବା ଦୁଇଟି ଗୋଦରେଜ ଆଲମୀରା ସହ ଵାକ୍ସ ଆଲମାରିରୁ ସମସ୍ତ ଜିନିଷ କଢାହୋଇ ବାହାରେ ପଡିଛି । ତେବେ ଆଶ୍ଚର୍ୟ୍ୟ ର କଥା ଇମିଟେସନ ଜିନିଷକୁ ଛାଡି ଚୋରମାନେ ପ୍ରାୟ ୧୦ ଭରିରୁ ଉର୍ଦ୍ଧ୍ବ ସୁନା ହାର , ସୁନା ମୁଦି ,ସୁନା କନର ସହ କିଛି ରୁପା ଅଳଙ୍କାର ଓ ୨୦ ହଜାର ରୁ ଉର୍ଦ୍ଧ୍ ଟଙ୍କା ଲୁଟି ନେଇଛନ୍ତି ।ତେବେ ଆଶ୍ଚର୍ୟ୍ୟ ର କଥା ଏହିଘରୁ ଲୁଟ କରିବାକୁ ଆସିଥିବା ଚୋର କେହି ନଥିବାର ସୁଯୋଗ ନେଇ ଘରେ ବସିଛି ,ଡାଇନିଂ ରେ ଥିବା ପାଚିଲା ଆମ୍ବ ଖାଇ , ଗଡ଼ରେଜ ରେ ଥିବା ସମସ୍ତ ଅଳଙ୍କାର କାଢି ତାକୁ ପରଖୀ ସୁନା , ରୂପ ଓ ଟଙ୍କା ନେଇଥିବା ବେଳେ ଇମିଟେସନ ଜିନିଷକୁ ନେଇନାହିଁ ।କିମ୍ବା ଗୋଦରେଜରେ ରଖା ହୋଇଥିବା ଦାମୀ ଶାଢ଼ୀ ନେଇନଥିବା ଦେଖାଯାଇଛି । ତେବେ ପ୍ରାୟ ୧୦ ଭରିରୁ ଉର୍ଦ୍ଧ୍ବ ସୁନା ହାର , ସୁନା ମୁଦି ,ସୁନା କନର ସହ କିଛି ରୁପା ଅଳଙ୍କାର ଓ ୨୦ ହଜାର ରୁ ଉର୍ଦ୍ଧ୍ ଟଙ୍କା ଲୁଟି ନେଇଥିବା ଘର ମାଲିକ କହିଛନ୍ତି । ଘଟଣା ସମ୍ପର୍କରେ ଚୌଦ୍ଵାର ଥାନାକୁ ଘର ମାଲିକ ଅବଗତ କରିବା ପରେ ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମକୁ ଆଣି ତାଦନ୍ତ କରିଛନ୍ତି ।(ପ୍ରିୟଙ୍କା ଦାସ ଙ୍କ ରିପୋର୍ଟ)

 

 

Leave A Reply

Your email address will not be published.