ଦଶହରାରେ ଫୁଟିଲା ଗୁଳି

0 233

ବେଗୁନିଆ,୧୫/୧୦(ଏସ ଏସ ନିୟୁଜ)ପବିତ୍ର ବିଜୟା ଦସମୀରେ ମା ଦୁର୍ଗାଙ୍କ ପୂଜାର୍ଚନା ଚାଲିଛି । ଯାହାକୁ ନେଇ ଚାରିଆଡେ ଉତ୍ସବ ମୁଖର । ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଚିକିତ୍ସା ଜାପୀ ରହଛି । । ଯୁବକଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି । କିନ୍ତୁ ଏହି ଗୁଳିକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୟାଗଡ଼ ଓଡ଼ଗାଁର ସନ୍ତୋଷ ଜେନା ବୋଲି ଜଣାପଡିଛି । ଅନ୍ୟପଟେ ଗୁଳିମାଡ଼ କରିଥିବା ପ୍ରସନ୍ନ ନାୟକ ଏବେ ଫେରାର ଥିବା ସୂଚନା ମିଳିଛି ।

Leave A Reply

Your email address will not be published.