ଦଶହରାରେ ଫଳଚାରା ବାଣ୍ଟିଲେ ପ୍ରଭାତ

0 663

ମେଣ୍ଢାଶାଳ,୫/୦(ଏସ ଏସ ନିୟୁଜ)ଦଶହରାରେ ଗାଁରେ ଫଲଚାରା ବାଣ୍ଟି ଉଦାହରଣ ସୃଷ୍ଟି କଲେ ପ୍ରଭାତ।ମେଣ୍ଢାଶାଲ ଗ୍ରାମର ପ୍ରଭାତ କୁମାର ରାଉତରାୟ ହେଉଛନ୍ତି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ରାଉତରାୟ ।ଅବସର ପରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିବାସହ ୫ବର୍ଷ ହେବ ଉଦ୍ୟମ ଆରମ୍ଭ କରିଛନ୍ତି।

ମାନବ ସମାଜ ପାଇଁ ପରିବେଶ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ ।ତେଣୁ ନୁତନ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ର ଆଵଶ୍ୟକତା ରହିଛି ।ମେଣ୍ଢାଶାଳ ଗାଁର ଏହି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ବିଗତ ୫ବର୍ଷ ଧରି ପ୍ରଚେଷ୍ଟା ଜାରୀ ରଖିଛନ୍ତି ।ପ୍ରଭାତ କୁମାର ରାଉତରାୟ ଗ୍ରାମର ଚାରିପଟେ ରାସ୍ତାକଡ ଓ ପତିତ ଜାଗାରେ ବିଭିର୍ଣ୍ଣ ପ୍ରକାର ବୃକ୍ଷରୋପଣ କରି ତାକୁ ବଞ୍ଚେଇ ରଖିବା ଉଦ୍ୟମ ଜାରି ରଖିଛନ୍ତି । ସେ ଗିରିଙ୍ଗାପୁଟ , ହରିଡାମଡା , ଓଗାରପିଡା ଗ୍ରାମମାନଙ୍କରେ ବୃକ୍ଷ ରୋପଣ ସହ ଦରିଦ୍ର ପରିବାରମାନଙ୍କୁ ମଧ୍ୟ ବିଭିର୍ଣ୍ଣ ସହାୟତା ପ୍ରଦାନ କରିଚାଲିଛନ୍ତି ଆଜି ପବିତ୍ର ଦଶହରାରେ ସେ ବୃକ୍ଷବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏକ ଟ୍ରଲି ରିସ୍କା ଯୋଗେ ଅଁଳା , ପଣସ , ଜାମୁ ଗଛ ଚାରା ଧରି ଗ୍ରାମର ବିଭିର୍ଣ୍ଣ ସାହିରେ ବୁଲିବୁଲି ଚାରାବଣ୍ଟନ କରିବା ସହ ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।ପ୍ରାୟଗୋଟିଏ ଦିନରେ ୭୦ ଗୋଟି ବୃକ୍ଷଚାରା ଦ୍ବାରଦ୍ବାର ବୁଲି ବଣ୍ଟନ କରିଥିବା ଦେଖାଦେଇଛି । ଆସନ୍ତା ସପ୍ତାହରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଚାରାରୋପଣ କାର୍ଯ୍ୟକ୍ରମରେ କାଳନ୍ଦୀ ଜେନା ଓ ସଦାଶିବ ବାରିକ୍ ତାଙ୍କୁ ସହାୟତା କରିଥିଲେ। (ମେଣ୍ଢାଶାଳରୁ ପଦ୍ମଚରଣ ବଡ଼ଜେନା ଙ୍କ ରିପୋର୍ଟ)

Leave A Reply

Your email address will not be published.